୧୫ ବାସନ୍ଦ ପରିବାର ଗାଁ କୁ ଫେରିଲେ

0
318

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ସାମାନ୍ୟ ଖେଳକୁଦରେ ୨ ପରିବାରର ପିଲାଙ୍କ ବଚସାକୁ ନେଇ ଗତ ୨୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସାନଗୁମୁଡା ଗ୍ରାମରେ କଙ୍ଗାରୁ କୋର୍ଟ ଘଟଣାକୁ ନେଇ ଗାଁରୁ ଭୟରେ ପଳେଇ ଯାଇଥିବା ୧୫ ଦଳିତ ପରିବାର । ଆଜି ପୋଲିସ ସହଯୋଗରେ ସମସ୍ତେ ଗାଁକୁ ଫେରିଛନ୍ତି । ସୂଚନା ଥାଉକି ଗତ ୩୧ ତାରିଖରେ ବିତାଡିତ ୧୫ ଦଳିତ ପରିବାର ନ୍ୟାୟ ପାଇଁ ନବରଙ୍ଗପୁର ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଜି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଙ୍କ ନେତୃତ୍ଵରେ କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଓ କୋଡିଙ୍ଗା ପୁଲିସ , ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ସାନଗୁମୁଡା ଗ୍ରାମକୁ ଯାଇ ଗ୍ରାମରେ ଶାନ୍ତି ଫେରାଇ ଆଣିବା ସହ ବାସନ୍ଦ ୧୫ ପରିବାରକୁ ଗାଁରେ ରହିବା ନେଇ ସ୍ଥାନୀୟ ବ୍ୟକ୍ତି , ଗ୍ରାମବାସୀ ଓ ୧୫ ବିତାଡିତ ପରିବାରକୁ ନେଇ ଆଲୋଚନା କରିଥିଲେ । ଆଲୋଚନା ଶେଷରେ ସମସ୍ତେ ମିଶି ବିତାଡିତ ୧୫ ଦଳିତ ପରିବାରଙ୍କ ନିଜ ନିଜ ଘରକୁ ଯାଇଥିଲେ । ଅଗାମିଦିନରେ ସମସ୍ତେ ମିଳିମିଶି ଗ୍ରାମରେ ରହିବା ସହ ଭାଇଚାରା ବଜାୟ ରଖିବାକୁ ପ୍ରତିନିଧି ଦଳ ଗ୍ରାମବାସୀ ଙ୍କୁ ବୁଝାଇଥିଲେ । ଆଉ ସମସ୍ତେ ଏଥିରେ ସହମତି ପ୍ରକାଶ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here