ପ୍ରେମିକ ଫାର୍ମାସିଷ୍ଟ ଗିରଫ

0
505

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ପୋଲିସ ଜଣେ ଫାର୍ମାସିଷ୍ଟ ମହମ୍ମଦ ରାଉସ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଉସ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ ନିଯୁକ୍ତି ପାଇଁ ଖାତିଗୁଡା ଚିକିତ୍ସାଳୟରେ ଡେପୁଟେସନ ଭାବରେ କାର୍ଯ୍ୟ କରୁଛନ୍ତି । ସେ ତାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ରାଉସ ପ୍ରଥମେ ପ୍ରେମ ବିବାହ କରି ଖୋର୍ଦ୍ଧାରେ ତାଙ୍କ ୧୦ ବର୍ଷର ପୁଅ ଓ ସ୍ତ୍ରୀଙ୍କୁ ରଖିଛନ୍ତି ।ଏପଟେ ନୟାଗଡ ଜିଲ୍ଲାର ଫତେଗଡ଼ ଗ୍ରାମର ଜଣେ ବିଧବା ମହିଳା ( ସୁମିତ୍ରା ପରିଡା ) ଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିବା ପରେ ତାଙ୍କ ସହିତ ନବରଙ୍ଗପୁର ଥାନା ଅନ୍ତର୍ଗତ ରଙ୍ଗମାଟିଗୁଡା ଠାରେ ବସବାସ କରି ରହି ଆସୁଥିଲେ । ବର୍ତ୍ତମାନ ସୁମିତ୍ରା ଫାର୍ମାସିଷ୍ଟ ରାଉସଙ୍କ ନାମରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ଗ୍ରୀର ପରିଚୟ ଦେବି କହି ତାଙ୍କ ସୁନା ଗହଣା ସବୁ ବନ୍ଧକ ପକାଇଦେଇଛନ୍ତି ଓ ଏକ ଲକ୍ଷ ଟଙ୍କା ମଧ୍ୟ ନେଇ ଫେରାଉନାହାନ୍ତି । ଏଭଳିକି ଗର୍ଭପାତ ମଧ୍ୟ କରାଇଛନ୍ତି । ଏହାକୁ ନେଇ ନବରଙ୍ଗପୁର ପୋଲିସ ଅଗଷ୍ଟ ମାସ ୨୮ତାରିଖରେ ୨୨୫ / ୨୧ ମାମଲା ରୁଜୁ କରି ଧାରା ୪୯୩ , ୪୧୭ , ୪୦୬ ଓ ୩୧୩ ଲଗାଯାଇଛି । ପୋଲିସ ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରି ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here