ଆହାର କେନ୍ଦ୍ର କର୍ମଚାରୀଙ୍କ ଅହୋରାତ୍ର ଧାରଣାର ୪ର୍ଥ ଦିନରେ ବିଜେପିର ସମର୍ଥନ

0
292

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବିଜେପିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ମହାନଗର କାର୍ଯ୍ୟାଳୟ ସମ୍ମୁଖରେ ଆହାର କେନ୍ଦ୍ର କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ କୌଣସି ସୂଚନା ନ ଦେଇ ଛଟେଇ କରିଥିବା ପ୍ରତିବାଦରେ ଦୀର୍ଘ ୪ ଦିନ ହେଲା ଚାଲିଥିବା ଅହୋରାତ୍ର ଧାରଣା ସ୍ଥଳରେ ବିଜେପି ପ୍ରତିନିଧି ଦଳ ପହଂଚି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ସହ ତାଙ୍କୁ ନାର୍ଯ୍ୟ ଦାବୀକୁ କର୍ତୃପକ୍ଷ ତୁରନ୍ତ ମାନିବା ପାଈଁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରତିନିଧି ଦଳ ଜ଼ିଲ୍ଳା ଉପସଭାପତି ପ୍ରଭାତ କିରଣ ଷଡଙ୍ଗୀଙ୍କ ନେତୃତ୍ୱରେ ଜ଼ିଲ୍ଳା ଯୁବ ମୋର୍ଚ୍ଚା ସମ୍ପାଦକ କିରଣ କୁମାର ସାହୁ, ଜ଼ିଲ୍ଳା ମହିଳା ମୋର୍ଚ୍ଚା ସଧାରଣ ସମ୍ପାଦିକା S.ରାଣୀ, ମଣ୍ଡଳ ସଭାପତି ବିନାୟକ ରଥ ଓ ଏସ୍ ଶ୍ରୀନିବାସ ରାଓ, ଜଗଦୀଶ ପ୍ରଧାନ, ଚିତ୍ତରଞ୍ଜନ ପଣ୍ଡା, ସନ୍ତୋଷ ପାତ୍ର, କୁନି ଦାଶ, ଲିପି ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏହି ଆନ୍ଦୋଳନକୁ ଜ଼ିଲ୍ଳା ବିଜେପି ସଭାପତି ଶ୍ରୀ ବିଭୂତି ଭୂଷଣ ଜେନା ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here