କୃଷକ ସଂଘ ତରଫରୁ ରାଲି, ମରୁଡ଼ି ଘୋଷଣା ନିମନ୍ତେ ଦାବି ପତ୍ର

0
305

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କ୍ରୁଷକ ସଂଘ ତରଫରୁ ରାଇଘରରେ ଆଜି କ୍ରୁଷକଙ୍କର ଅନେକ ସମସ୍ଯାକୁ ନେଇ ଏକ ରାଲି ମାଧ୍ଯମ ମାନ୍ଯବର ପ୍ରଧାନମନ୍ତ୍ରୀ,ମାନ୍ଯବର ମୁଖ୍ଯମନ୍ତ୍ରୀ,ଜିଲ୍ଲାପାଳଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକରୀଙ୍କ ଜରିଆରେ ଏବଂ ତହସିଲଦାରଙ୍କ ଜରିଆରେ ୧୦ ଗୋଟି ଦାବି ପୁରଣ ନିମନ୍ତେ ଏକ ଦରଖାସ୍ତ ପ୍ରଦାନ କରାଯାଇଛି। ୧-ସ୍ବଳ୍ପ ବର୍ଷା ଯୋଗୁଁ ରାଇଘର ବ୍ଲକକୁ ସଂପୁର୍ଣ୍ଣ ମରୁଡ଼ି ଘୋଷଣା କରାଯାଉ ୨-ଚାଷୀଙ୍କୁ ଋଣ ଛାଡ଼ କରାଯାଉ, ଯେଉଁମାନେ ଋଣ ନେଇ ନାହାଁନ୍ତି ସେମାନଙ୍କୁ ଫସଲ କ୍ଷତି ପୁରଣ ଦିଆଯାଉ।
୩-ରାଇଘର ବ୍ଲକରେ ଜଳ ସେଚନା ବ୍ଯବସ୍ଥା ନଥିବାରୁ ବିଦ୍ଯୁତ୍ ଚାଲିତ କିମ୍ବା ସୌର ଚାଲିତ ଗଭୀର ନଳକୂପର ବ୍ଯବସ୍ଥା କରାଯାଉ। ୪-ଅନେକ ବର୍ଷ ପୂର୍ବରୁ ତିଆରି ହୋଇ ଅଧାପନ୍ତରିଆ ହୋଇଥିବା କୁ ରୁବେଲା ଗ୍ରାମର ଚେକ ଡ୍ଯାମ୍ କୁ କାର୍ଯକାରୀ କରାଯାଉ। ୫-ଚାଷୀଙ୍କୁ ଉଚିତ୍ ସମୟରେ ସାର ଯୋଗେଇ ଦେବା ସହିତ ପ୍ରେତ୍ୟକ ପଞ୍ଚାୟତରେ ସାର ବିକ୍ରୟ କେନ୍ଦ୍ର କରାଯାଉ। ୬-ରବି ଚାଷ ପାଇଁ ପ୍ରଚୁର ପରିମାଣରେ ମାଗଣାରେ ସାର, ବିହୀନ,କୀଟନାଶକ ଔଷଧ ଯୋଗେଇ ଦିଆଯାଉ। ୭-ରାଇଘର ବ୍ଲକରେ ଭୂ-ବନ୍ଦବସ୍ତ କରାଯାଉ।୮-କୋରୋନା କଟକଣାରୁ ବନ୍ଦ ହୋଇଥିବା ବିଦ୍ଯାଳୟ ଖୋଲାଯିବ୯-ଶ୍ରମିକ ମାନଙ୍କ ପରି କ୍ରୁଷକ/ଚାଷୀ ଙ୍କୁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଦିଆଯାଉ। ୧୦-ପ୍ରତ୍ଯେକ ପଞ୍ଚାୟତ ରେ ମଣ୍ଡି ବ୍ଯବସ୍ଥା କରାଯାଉ ଏବଂ କ୍ରୁଷି ଅଧିକାରୀ ଙ୍କ ଦ୍ବାରା ମାସିକ କ୍ରୁଷକ ତାମିଲ ଶିବିରର ବ୍ଯବସ୍ଥା କରାଯାଉ।ଏହି ଦରଖାସ୍ତ ଗ୍ରହଣ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକରୀ ତୁରନ୍ତ କୋଫି ଫାରଓ୍ବାଡ଼ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶ ଥାଉକି ଏହି ପାଲିରେ ରାଇଘର ବ୍ଲକର ହଜାର ହଜାର ଚାଷୀ ଯୋଗ ଦେଇଥିଲେ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here