ଦେଶୀ ବନ୍ଧୁକ ସହ ୨ ଶିକାରୀ ଗିରଫ

0
330

ଭଞ୍ଜନଗର:ବୁଧବାର ରାତି ନଅଟା ବେଳେ ଜଙ୍ଗଲରେ ପେଟ୍ରୋଲିଂ ସମୟରେ ବନ୍ୟଜନ୍ତୁ ଶିକାର ଉଦ୍ୟମ କରୁଥିବା ଦୁଇ ଶିକାରୀଙ୍କୁ ଜଗନ୍ନାଥ ପ୍ରସାଦ ଵନ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଛନ୍ତି। ଶିକାରୀ ଦୁଇଜଣ ହେଲେ ଜଗନ୍ନାଥ ପ୍ରସାଦ ତନ୍ତୀ କଲୋନୀର ସନ୍ତୋଷ କୁମାର ବେହେରା (35)ଓ ଅନ୍ୟ ଜଣକ ଅକୁଲ କୁମ୍ପା ଗ୍ରାମର ଜଳନ୍ଦର ଯାନୀ (45)। ବୁଧବାର ରାତ୍ର ପ୍ରାୟ ନଅଟା ବେଳେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ବନପାଳ ଇଶ୍ୱା ଗଣେଶ, ସଦଳବଳେ ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ ଅରୁଣାଞ୍ଚଳ ଘାଇ ନିକଟ ସରଂକ୍ଷିତ ଜଙ୍ଗଲ ଆପଟମେଣ୍ଟ ନମ୍ବର ଛଅରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ବନ୍ୟ ଜନ୍ତୁ ଶିକାରୀ ସନ୍ତୋଷ, ଜଳନ୍ଧର ଙ୍କ ସହ ମୁହାଁମୁହିଁ ଭେଟ ହୋଇଥିଲେ l ଵନ କର୍ମଚାରୀ ମାନଙ୍କୁ ଦେଖି ଉଭୟ ଦୌଡ଼ି ପଳାଉଥିବା ବେଳେ କର୍ମଚାରୀ ମାନେ ତାଙ୍କୁ ପିଛା କରି ଧରିଥିଲେ l ତାଙ୍କ ଠାରୁ ଗୋଟିଏ ହାତ ତିଆରି ଦେଶୀ ବନ୍ଧୁକ, ହେଡ଼ ଲାଇଟ, ଛୁରୀ, ବାରୂଦ, (ଦାରୁ) ଲୁହା ଶିସା, ବ୍ୟାଗ ଜବତ କରିଥିଲେ l ଏହା ପରେ ସେମାନଙ୍କୁ ଜଗନ୍ନାଥ ପ୍ରସାଦ ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ବନ୍ୟ ଜନ୍ତୁ ଶିକାର କରିବା ଅଭିଯୋଗ ରେ ଗୁରୁବାର ଜଗନ୍ନାଥ ପ୍ରସାଦ ରେଞ୍ଜ ଓଆର କେସ ୧୬୭/୨୦-୨୧ ରେ ମାମଲା ରୁଜୁ କରାଯାଇ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଅଭୟ କୁମାର ଦଳେଇ ପ୍ରକାଶ କରିଛନ୍ତି। ଏଥିରେ ଵନରକ୍ଷୀ ସରିତା ପ୍ରଧାନ, ବିଦ୍ୟୁତ ଲତା ତ୍ରିପାଠୀଙ୍କ ସମେତ ସ୍କାଡ଼ କର୍ମଚାରୀ ସାମିଲ ଥିଲେ 

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here