କ୍ଷେତମୁଣ୍ଡାଳି ରେ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର

0
335

ଭଞ୍ଜନଗର :ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବାରେ ସମସ୍ୟା ଉପୁଜୁଛି। ଏହାକୁ ନଜରରେ ରଖି ଆଲ୍ଟୋସ ଆୟୁର୍ବେଦର ଏକ ସ୍ୱାସ୍ଥ୍ୟ ଶିବିର ଜଗନ୍ନାଥପ୍ରସାଦ ବ୍ଲକ ଉପାନ୍ତ କ୍ଷେତମୁଣ୍ଡଳୀ ପଂଚାୟତରେ ଗୁରୁବାର ଆୟୋଜିତ କରାଯାଇଥିଲା। ଆଲ୍ଟୋସ ର ଡାଇନାମିକ ମୁଖ୍ୟ ମହେଶ୍ୱର ସାହୁ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କ୍ଷେତମୁଣ୍ଡାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଉପସ୍ଥିତ ରହି ନିଜର ବହୁ ପୁରୁଣା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଇଥିଲେ । ବାତ, ଚର୍ମରୋଗ, ଭଳି ବିଭିନ୍ନ ରୋଗ ମାଗଣାରେ ପରୀକ୍ଷା କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ଖିଲାର, ଶୈଳେନ୍ଦ୍ର ପଟ୍ଟନାୟକ, ସମୀର ଦୋରା, ଶିବରାମ ନାୟକ, ସୁନୀଲ କୁମାର ନାୟକ, ପ୍ରମୋଦ କୁମାର ବିଷୋୟୀ, କାଁହୁଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here