ଶାଗୁଆନ ପଟା ସହ ଅଟୋ ଜବତ,୨ ଗିରଫ

0
343

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ରେଞ୍ଜର ଇଲାକାରେ ଏକ ଅଟୋରେ ୧୩ ଖଣ୍ଡ ଶଗୁଆନ କାଠପଟା ଚାଲାଣ ହେଉଥିବା ବେଳେ ବେଣାକୁନ୍ଦା ଛକ ନିକଟରୁ ବନ ବିଭାଗ ଏହାକୁ କାବୁ କରିଛି। ବେଆଇନ ଭାବେ କାଠ ପଟା ଚାଲାଣ କରୁଥିବା ଅଭିଯୋଗରେ ଭେରେଡା ଗ୍ରାମର ଯୋଗେନ୍ଦ୍ର ସ୍ବାଇଁ ଏବଂ ସାନତୁଳସୀପଲ୍ଲୀ ଗ୍ରାମର ଗୋପୀନାଥ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରାୟ ୪ଫୁଟ ଲମ୍ବର ୧୩ ଖଣ୍ଡ ଶାଗୁଆନ ପଟା ସହ ଅଟୋକୁ ମଧ୍ୟ ଜବତ କରାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ କେସ୍ ନମ୍ବର ୩୦୨ରେ ଦଫା ୫୬ରେ ଏକ ମାମଲା ରୁଜୁ କରାଯାଇଥିବା ଏସିଏଫ୍ ସୁଦର୍ଶନ ବାଦୀ ସୂଚନା ଦେଇଛନ୍ତି। ଏହି ଚଢଉରେ ବନପାଳ ବଂଶୀଧର ବିଷୋୟୀ,ବନରକ୍ଷୀ ଗାୟତ୍ରୀ ଦାସ,ଦୀନବନ୍ଧୁ ମିଶ୍ର ଏବଂ ବନ କର୍ମଚାରୀ ମାନେ ସାମିଲ ଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here