ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବି 

0
383

ବ୍ରହ୍ମପୁର(ହିମାଂଶୁ ବେହେରା)ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବିଭିନ୍ନ ରାଜନୀତିକ ଦଳ, ଫୋରମ, ଜନସାଧାରଣ ଙ୍କ ତରଫ ରୁ କ୍ରମାଗତ ଭାବେ ଦାବୀ ହୋଇଆସୁଛି l 1030ମସିହା ବିଶ୍ୱ ଯୁଦ୍ଧ ସମୟ ରେ ବ୍ରହ୍ମପୁର ର ରେଙ୍ଗେଈ ଲୁଣ୍ଡା ଠାରେ ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଥିଲା ଓ ବେଳେ ଛୋଟ ବିମାନ ବି ଏଠାରେ ଅବତରଣ କରୁଥିଲା l ନାଗରିକ ଓ ବେସାମରିକ ବିଭାଗ ଓ କେନ୍ଦ୍ର ସରକାର ଙ୍କ ତରଫ ରୁ 2015ମସିହାରେ ଦେଶ ରେ 49ଟି କମ ବ୍ୟୟ ରେ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା ଓ ସେଥିରେ ବ୍ରହ୍ମପୁର ବି ସ୍ଥାନ ପାଇଥିଲା l ପ୍ରକାଶ ଥାଉ କି ସର୍ଭେ କାମ ଶେଷ ହୋଇସାରିଛି l ବିମାନ ବନ୍ଦର ର ରନ ୱ 1800ମିଟର ବଦଳ ରେ 1500 ମିଟର ହବ ଏଥି ପାଇଁ ଆଉ 60 ଏକର ଜମି ଅଧିଗ୍ରହଣ କରିବା କୁ ବିଶେଷଜ୍ଞ ମାନେ କେନ୍ଦ୍ର ସରକାର ଙ୍କୁ ପ୍ରସ୍ତାଵ ଦେଇଥିଲେ l 2016ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ l ବ୍ରହ୍ମପୁର ଦକ୍ଷିଣ ଓଡିଶା ର ପ୍ରାଣ କେନ୍ଦ୍ର ଅଟେ ଏଠାରେ ବିଭିନ୍ନ ଶିକ୍ଷାଅନୁଷ୍ଠାନ ରହିଛି l ଏଠାକାର ଜନସାଧାରଣ ଭୁବନେଶ୍ୱର ଓ ବିଶାଖାପାଟଣା ବିମାନ ବନ୍ଦର ଉପରେ ନିର୍ଭର କରନ୍ତି l ତେଣୁ ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡିଶା ର 12ଟି ଜିଲ୍ଲା ର ଜନସାଧାରଣ ଉପକୃତ ହେବା ସହିତ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସାଙ୍ଗକୁ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l ତେଣୁ ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା କରିବା କୁ ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର କେନ୍ଦ୍ର ମନ୍ତ୍ରୀ ହରପ୍ରତ ସଂ, ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଏକ ଚିଠି ଲେଖିଛନ୍ତି l ଯଦି ବିମାନ ବନ୍ଦର ନିର୍ମାଣ ରେ ବିଳମ୍ବ ହୁଏ ତେବେ ଜନଆନ୍ଦୋଳନ ହବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି

LEAVE A REPLY

Please enter your comment!
Please enter your name here