ନୂଆଁଗଡ଼ରେ ଜନ୍ମାଷ୍ଟମୀ ପାଳିତ

0
257

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ରେ ଗୋପାଳ ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ପବିତ୍ର ଜନ୍ମାଷ୍ଟମୀ ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ ହୋଇଯାଇଛି । ଏଥିରେ ଗୋପାଳ ସମାଜର ସମସ୍ତ କର୍ମକର୍ତ୍ତା ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଏଥର କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ନିରାଡମ୍ବର ସହକାରେ ପୂଜାର୍ଚ୍ଚନା ଶେଷହୋଇଛି । ଏଥିସହିତ ବେଗୁନିଆପଡ଼ା ବ୍ଲକ ର ସମସ୍ତ କୃର୍ଷ୍ଣ ମନ୍ଦିର ମାନଙ୍କରେ ମଧ୍ଯ ପୂଜା ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here