ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

0
381

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଯାଦବ ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଜନ୍ମାଷ୍ଟମୀ ଗତ ୨୦୧୪ ମସିହା ଠାରୁ ପାଳିତ ହେଉଥିବା ଜଣାପଡିଛି । ଯାଦବ ସମାଜର ବିଭିନ୍ନ ସମସ୍ୟା ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା । ସମସ୍ୟା ସମ୍ପର୍କରେ ଅଗାମିଦିନରେ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସମାଜ ପକ୍ଷରୁ କୁହାଯାଇଛି । ଜନ୍ମାଷ୍ଟମୀ ଉପଲକ୍ଷେ ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଯାଦବ ସମାଜ ସଭାପତି ଭଗତ ଗୌଡ଼ , ଉପସଭାପତି ଚକ୍ରଧର ଗୌଡ଼ , ସମ୍ପାଦକ ଓ କୋଷାଧ୍ୟକ୍ଷ ବଳରାମ ଗୌଡ଼ , ସହ ସମ୍ପାଦକ ଚକ୍ରଧର ଗୌଡ଼ , ମୁରଲୀ ପୂଜାରୀ , ରାମ ପୂଜାରୀ , କୋଷାଗୁମୁଡା ସରପଞ୍ଚ ନେତୁ ପୂଜାରୀ , ଗଙ୍ଗାଧର ଗୌଡ଼ , ବାସୁଦେବ ଗୌଡ଼ , ଚନ୍ଦ୍ରଶେନ ଗୌଡ଼ , ଡୁମର ଗୌଡ଼ , ଲଚିମନାଥ ଗୌଡ଼ , ଟିକିଦାଶ୍ ଗୌଡ଼ , ଭଗବାନ ଗୌଡ଼ , ଗୁରୁବନ୍ଧୁ ଗୌଡ଼ , ଜଗନ୍ନାଥ ଗୌଡ଼ , ଦୟାରାମ ଗୌଡ଼ ଓ ଅନ୍ୟାନ୍ୟ ସମାଜର ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅଞ୍ଚଳର ଶତାଧିକ ମହିଳା , ପୁରୁଷ ଓ ଛୋଟ ପିଲା ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here