ମାଧବ କ୍ରିଏସନ ର ୩ଗୋଟି ସୁନ୍ଦର୍ ଭାବପୂର୍ଣ୍ଣ ଗୀତ ଉନ୍ମୋଚିତ

0
266

ବ୍ରହ୍ମପୁର – ଗୀତା ଭବନ ର ଆଧ୍ୟାତ୍ମିକ ପ୍ରାଙ୍ଗଣ ରେ ଏକକାଳୀନ ଉନ୍ମୋଚିତ ହୋଇଯାଇଛି R_Madhav_Creation ର ୩ଗୋଟି ସୁନ୍ଦର୍ ଭାବପୂର୍ଣ୍ଣ ଗୀତ। ଓଡ଼ିଶାର ସୁନାମଧନ୍ୟ ନିର୍ମାତା ମାଧବ ମହାରଣା ଙ୍କ ନେତୃତ୍ୱରେ ଯୁବ ନିର୍ଦ୍ଦେଶକ ରାଇରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଗୋଟିଏ ସୁନ୍ଦର୍ ଭାବପୂର୍ଣ୍ଣ ଭଜନ ” ନୀଳ ମାଧବ ହେ ” ଯାହା ସମାଜ ର ନଗ୍ନ ବାସ୍ତବତା ର ଏକ ସୁନ୍ଦର୍ ଚିତ୍ରଣ, ଅପର ପକ୍ଷରେ “ପ୍ରିୟା ତୁମେ” ଏବଂ “ସାଥୀ ତୁମେ” ଭଳି ଦୁଇଗୋଟି ସୁନ୍ଦର୍ ଶବ୍ଦ ସଂଯୋଜନାର ଅନନ୍ୟ ଉପହାର ଯୁବ ମାନସ ପାଇଁ।

ନୀଳମାଧବ ହେ ଭଜନ ଟିରେ ବିଶିଷ୍ଟ ମଞ୍ଚାଭିନେତା ଡ୍ରାମାଲଭର୍ କୃଷ୍ଣ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିଛି। ଅଭିନେତା ଜଗନ୍ନାଥ ଚୌଧୁରୀ , ଅଭିନେତ୍ରୀ ସ୍ୱାଗତିକା ଶତପଥୀ, ଶିଶୁ କଳାକାର ଭାବରେ ଅନନ୍ୟା ଏବଂ ଆଭାସ ନିଜର ସୁନ୍ଦର୍ ଅଭିନୟ ରେ ବାନ୍ଧି ପାରିବେ ଦର୍ଶକଙ୍କ ମନ ବୋଲି ନିର୍ଦ୍ଦେଶକ ରାଇରଞ୍ଜନ ଆଶା ବ୍ୟକ୍ତ କରିଛନ୍ତି। ଏହି ଭଜନ ଟିର କାହାଣୀ ଏବଂ ପ୍ରଚ୍ଛଦ ପଟ ତଥା ତାହାକୁ ସଙ୍ଗୀତ ରେ ସାଜାଇଛନ୍ତି ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ନନ୍ଦ। ଗଙ୍ଗାଧର ଦଳାଇ ଗୀତଟି ରଚନା କରିଥିବା ବେଳେ କଣ୍ଠଶିଳ୍ପୀ ସୁଶାନ୍ତ କୁମାର ନିଜର ଚମତ୍କାର କଣ୍ଠଦାନ ରେ ବାନ୍ଧି ପାରିଛନ୍ତି ଶ୍ରୋତା ମାନଙ୍କ ମନକୁ।

ସେହି ପରି ରାଇରଞ୍ଜନ ନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ପୂର୍ଣେନ୍ଦୁ ତ୍ରିପାଠୀ ଙ୍କ ଶବ୍ଦ ସଂଯୋଜନା ଏବଂ ତପନ କୁମାର ଙ୍କ ସ୍ଵରରେ “ପ୍ରିୟା ତୁମେ” ଏବଂ ପ୍ରଶାନ୍ତ ନନ୍ଦଙ୍କ ଶବ୍ଦ ସଂଯୋଜନା ରେ କଣ୍ଠଶିଳ୍ପୀ ସୁମନ୍ ଙ୍କ “ସାଥୀ ତୁମେ” ଗୀତଟି ନିଶ୍ଚିତ ଭାବରେ ସବୁବର୍ଗର ଶ୍ରୋତାଙ୍କୁ ଭଲ ଲାଗିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଯୋଜିକା ରାମେଶ୍ୱରୀ ନନ୍ଦ

ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ, ସାହା ପ୍ରତିଷ୍ଠାତ୍ରି ଲିନା ଚାନ୍ଦ, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ, ନାଟ୍ୟ ସଂଘ ଓଡ଼ିଶାର ସହ ସମ୍ପାଦକ ଶ୍ରୀ ମନୋଜ ଦଣ୍ଡପାଟ
ଯାତ୍ରା ଅଭିନେତା ମାନସ ପଣ୍ଡା ଏବଂ ଅଭିନେତ୍ରୀ ସଂଗୀତା ପଣ୍ଡା
ବିଶ୍ଵ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଡକ୍ତର. ଭବାନୀ ଶଙ୍କର ଦାସ
ବିଶ୍ଵ ହିନ୍ଦୁ ପରିଷଦ ଗଞ୍ଜାମ ସମ୍ପାଦକ ଡକ୍ଟର ଅରୁଣ ପ୍ରସାଦ ପାଢ଼ୀ,
ବିଶ୍ଵ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସାମାଜିକ ସମରସତ୍ତା ପ୍ରମୁଖ
ଲଳିତ ମୋହନ ସେଠି
ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ସଂଯୋଜକ
ଗୋପାଳ କୃଷ୍ଣ ସ୍ୱାଇଁ
ଗାୟକ ବିକ୍ରମ ଚର୍ଚି, ଗାୟିକା ଅନୁରାଧା, ବିଶିଷ୍ଟ ସାହିତ୍ୟିକ କପିଳ ମହାନ୍ତି, ବ୍ରହ୍ମପୁର ସାହିତ୍ୟ ପରିଷଦ ର କାର୍ଯ୍ୟକାରୀ ସମ୍ପାଦକ ସୁଧୀର ପଣ୍ଡା ବିଶିଷ୍ଟ ସାହିତ୍ୟିକା ସୌଦାମିନୀ ମିଶ୍ର, ଆକାଶ ବାଣୀ ର ଉପସ୍ଥାପିକା ରଶ୍ମିତା ଦଳାଇ, ପ୍ରଯୋଜିକା ରୋଜାଲିନ ଏବଂ ପ୍ରଯୋଜକ ମିଥୁନ ମହାରଣା, ଭିଜୁଆଲ ପ୍ରମୁଖ ଆକାଶ ଚାନ୍ଦ ଏବଂ ସୁବ୍ରତ ସାହୁ
ଇଶା ଭିଜନ ପ୍ରମୁଖ ସନ୍ୟାସୀ ମହାରଣା
ନିର୍ଦ୍ଦେଶକ ଟୁଟୁ ପାଢ଼ୀ ଏବଂ ନାଟ୍ୟ ନିର୍ଦ୍ଦେଶକ ରବି ବାରିକ, ମଞ୍ଚ ଶିଳ୍ପୀ ନୀଳଞ୍ଚଳ ମହାରଣା, କଣ୍ଠଶିଳ୍ପୀ ମନୋଜ ପାଣିଗ୍ରାହୀ ବ୍ରଜନଗର ଦଣ୍ଡ କେମିତି ପରିଚାଳକ ଆଡଭୋକେଟ ବିଜୟ ବେହେରା ପୂର୍ବତନ କାଉନସିଲର ବଦ୍ରି ନାରାୟଣ ନାୟକ, ନାଟ୍ୟକାର ତ୍ରିପାଠି ନାୟକ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଥିଲା।

ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତିକୁ ପାଥେୟ କରି ଆଞ୍ଚଳିକ ଅନାଲୋଚିତ ନବାଗତ ପ୍ରତିଭା ମାନଙ୍କୁ ସାଉଣ୍ଟିବାର ଏକ ଅଭିଯାନ ଜାରି ରଖିଛି R_Madhav_Creation. । ନୂଆ ନୂଆ ସଂସ୍କୃତି ସମ୍ପନ୍ନ ଗୀତ ଜରିଆରେ ସୁଯୋଗ ଦେଇ ସୃଷ୍ଟି କରୁଛି ନୂଆଁ ନୂଆଁ କଳାକାର । ଠାକୁର ଙ୍କ ଆଶୀର୍ବାଦରେ ଏହିଯାତ୍ରା ଅବ୍ୟାହତ ରହୁ ବୋଲି ସଦିଛୁ ମାନେ ଶୁଭକାମନା ଜଣାଇଥିଲେ।

ଓଡ଼ିଶାର ସୁନାମଧନ୍ୟ ସଂଯୋଜକ ଶିବାନନ୍ଦ ବାରିକ୍ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ପରିଚାଳିତ ହୋଇଥିବା ସମୟରେ ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ ସହ ସଭା ସାଙ୍ଗ କରା ଯାଇଥିଲା

LEAVE A REPLY

Please enter your comment!
Please enter your name here