ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ, ଏବଂ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
630

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ, ଏବଂ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଶ୍ରୀମା ମେଡ଼ିସିନ୍ ଷ୍ଟୋର ପ୍ରୋପାଇଟର ବସନ୍ତ କୁମାର ବାରିକ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ସମାଜସେବୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ସ୍ଵତନ୍ତ୍ର ଅତିଥି ଭାବେ ଯୁବ କାଜୁ ବ୍ୟବସାୟୀ ତଥା ସମାଜସେବୀ ପ୍ରଶାନ୍ତ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଏସ୍ ପ୍ରସନ୍ନ କୁମାର ଦୋରା, ମାନବାଧିକାର ସୁରକ୍ଷା ସଂଗଠନ ଗଞ୍ଜାମ ଶାଖା ସଭାପତି ଜଗନ୍ନାଥ ସାହୁ, ଯୁବ କାଜୁ ବ୍ୟବସାୟୀ ତଥା ସମାଜସେବୀ ସଦାଶିବ ମହାନ୍ତି, ପୂର୍ବତନ ସରପଞ୍ଚ ଚନ୍ଦ୍ରମଣି ଗଉଡ, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଯାଜକ କର୍ମୀ ତଥା ଶୁଭମ୍ ୱେଲଡିଙ୍ଗ ୱର୍କ ସପ୍ ପ୍ରୋଫାଇଟର ମନୋଜ କୁମାର, ସାହୁ, ବିଦ୍ୟାମନ୍ଦିର ସଭାପତି ସୁଶାନ୍ତ କୁମାର ବିଶ୍ଵାଳ, ଅବସର ପ୍ରାପ୍ତ କିରାଣୀ ଅଭିରାମ ସାହୁ, ପୂର୍ବତନ ସରପଞ୍ଚ ମୀନତି ଗଉଡ, ପୂର୍ବତନ ସରପଞ୍ଚ ତଥା ବିଜେଡି ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ପାଣ୍ଡି , ଅବସର ପ୍ରାପ୍ତ ଶିକ୍ଷକ ରଙ୍କ ନାଥ ବାରିକ, ପି ଟି ଏ ସଭାନେତ୍ରୀ ବନିତା ଦୋରା, ଆଇ ୱାଇ ଏ ନ୍ୟୁଜ ରାଜ୍ଯ ପ୍ରତିନିଧି ଜଗବନ୍ଧୁ ସାହୁ ପ୍ରମୂଖ ଉପସ୍ଥିତ ରହି କ୍ରୀଡ଼ା ର ମହତ୍ତ୍ଵ ଏବଂ ସାଧାରଣତନ୍ତ୍ର ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଅତିଥି ପରିଚୟ ଏବଂ ସ୍ୱାଗତ୍ ଭାଷଣ ବିଦ୍ୟାମନ୍ଦିର ସମ୍ପାଦକ ଟୁକୁନା ପ୍ରଧାନ ପ୍ରଦାନ କରିଥିବା ବେଳେ, ସୁଶିଲ କୁମାର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ । ପ୍ରଶାନ୍ତ କୁମାର ପାତ୍ର ଜାତୀୟ ପତକା ଉତ୍ତୋଳନ କରିଥିଲେ ଏବଂ ପ୍ରତିବର୍ଷ ତାଙ୍କ ପିତା ସ୍ଵର୍ଗତ କେ. ଭାସ୍କର ପାତ୍ର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାମନ୍ଦିରର ୪ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିବେ ବୋଲି କହିଥିଲେ । ସେହିପରି ସଦାଶିବ ମହାନ୍ତି, ଏସ୍. ପ୍ରସନ୍ନ କୁମାର ଦୋରା ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥ ରାଶି ପ୍ରଦାନ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଯୁବବାହିନୀ ସଂଯୋଜକ ବିଭୂତି ପ୍ରଧାନ, ସାମ୍ବାଦିକ ମୁନା ନାୟକ, ପବିତ୍ର କୁମାର ରାଉତ, ରଞ୍ଜିତ କୁମାର ମହାନ୍ତି, ନୀଳାଞ୍ଚଳ ସାହୁ, ପ୍ରସାଦ କୁମାର ରଥ, ବିଶ୍ଵମ୍ବର ବିଶ୍ଵାଳ, ବିଶ୍ନୁ ବିଶ୍ଵାଳ, ଅଶୋକ କୁମାର ସେଠୀ ସମେତ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ, ଦର୍ଶକ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here