ଘର କାନ୍ଥ ଭାଙ୍ଗି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର

0
295

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବର୍ଷା ପ୍ରଭାବରେ ଗ୍ରାମର ରଘୁ ଗୌଡ଼ଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ , ରଘୁ ଗୌଡ଼ ନିଜ ପରିବାର ସହ ଗତ ଶନିବାର ସନ୍ଧ୍ୟାରେ ନିଜ ଘରେ ଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେବାରୁ ରଘୁଙ୍କ ଘର କାନ୍ଥ ଭୁଶୁଡ଼ି ଯାଇଥିଲା । ଏହି ସମୟରେ ଘର ଭିତରେ ଥିବା ପତ୍ନୀ ହେମୋ ଗୌଡ଼ , ଲାଇଚନ ଗୌଡ଼ , ବହୁ ଦୈତି ଗୌଡ଼ , ନାତୁଣୀଘର ଗୋରୀ ଗୌଡ଼ ଅଳ୍ପକେ ବର୍ତ୍ତି ଯାଇଥିଲେ । ରଘୁ କୁଲି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କାନ୍ଥ ଭାଙ୍ଗି ଯିବା ପରେ ଚିନ୍ତାରେ ପଡ଼ିଛନ୍ତି । ଘର ମରାମତି ପାଇଁ ତାଙ୍କ ପାଖରେ ଟଙ୍କା ନଥିବା ରଘୁ କହିଛନ୍ତି । ଅନ୍ୟପଟେ ରଘୁଙ୍କ ପରିବାରକୁ ଅଦ୍ୟାବଧି ଆବାସ ଯୋଜନାରେ ସାମିଲ କରାଯାଇନି । ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି ରଘୁଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here