କଙ୍ଗାରୁ କୋର୍ଟରେ ମହିଳାକୁ ଦୁର୍ବ୍ୟବହାର, ଜୀବନ ବଞ୍ଚାଇବା ପାଇଁ ପରିବାର ଗାଁ ଛାଡ଼ିଲେ

0
292

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀଅନ୍ତର୍ଗତ କଡିଙ୍ଗା ଥାନା ଅଧୀନରେ ଥିବା ସାନଗୁମୁଡା ଗ୍ରାମରେ ପିଡୀତା ସୁଆତୀ ପନ୍ନକା ଙ୍କ ପୁଅ ଏବଂ ଅଭିଯୁକ୍ତ ନନ୍ଦନ ମାଝୀ ଙ୍କ ପୁଅ ଖେଳୁଥିବା ସମୟରେ ଗଣ୍ଡଗୋଳ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଭକଚନ୍ଦ୍ ମାଝୀ ଓ ଡମ୍ବରୁ ମାଝୀଙ୍କ ସହ ଗ୍ରାମର ଅନ୍ୟାନ୍ୟ ଲୋକେ କଙ୍ଗାରୁ କୋର୍ଟ ରେ ମହିଳା ଜଣଙ୍କୁ ସର୍ବସାଧାରଣ ସମ୍ମୁଖରେ ଡାକି ଅପମାନିତ କଲେ, ଦୁଇଲକ୍ଷ ଟଙ୍କା ଜରିମାନା ବାବଦରେ ଦେବା ପାଇଁ ଦଣ୍ଡ ଶୁଣାଇଲେ ଏବଂ ମାଡ଼ ମାରିଲେ। ପିଡିତାଙ୍କ ପତି ଈଶ୍ୱର ପନ୍ନକା ଏହାର ବାରଣ କରିବାରୁ ବକଚନ୍ଦ୍ ମାଝୀ ଏବଂ ତା ସମର୍ଥକ ମାନେ ଉଭୟ ପତି ଓ ପତ୍ନୀକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କଲେ ବୋଲି ଉଭୟ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି। ଘଟଣା ସ୍ଥଳରେ ଠିକ ସମୟରେ ପୋଲିସ ଉପସ୍ଥିତ ହୋଇ ପିଡୀତାଙ୍କୁ ଉଦ୍ଧାର କରି ପାରିଥିଲା। ଶତାଧିକ ଲୋକ ଭକଚନ୍ଦ୍ ମାଝୀ ଓ ମଦନ ମାଝୀ ଙ୍କ ସହ ଉତ୍ୟକ୍ତ ହୋଇ ପୋଲିସ ଉପରେ ମଧ୍ୟ ଆକ୍ରମଣ କରି ଥିଲେ। କଡିଙ୍ଗା ପୋଲିସ ପିଡୀତା ଙ୍କ ଏକ ଏତଲା ପ୍ରକାରେ ଏଫ୍.ଆଇ.ଆର୍ ନମ୍ବର ୧୪୩ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି। ଧନେଶ ମାଝୀ ଓ ଗୋପାଳ ମାଝୀଙ୍କୁ ପୋଲିସ ଗିରଫ କରିବା ରେ ସକ୍ଷମ ହୋଇଥିଲେ ମଧ୍ୟ ଭକଚନ୍ଦ୍ ମାଝୀ ଙ୍କୁ ଗିରଫ କରି ପାରିନାହିଁ। ଉତ୍ୟକ୍ତ ବ୍ୟକ୍ତିମାନେ ପିଡୀତା ଙ୍କ ଘରକୁ ମଧ୍ୟ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। ବର୍ତମାନ ପିଡୀତା ଓ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ଭୟରେ ଗାଁ ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି। ପିଡୀତା ସୁଆତୀ ପନ୍ନକା ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଭକଚନ୍ଦ୍ ମାଝୀ ଗିରଫ ନହେଲେ ତାଙ୍କ ପରିବାର ପ୍ରତି ଜୀବନ ହାନୀ ର ବିପଦ ଅଛି। ପରିବାର କୁ ସୁରକ୍ଷା ପ୍ରଦାନ କରି ଦୋଷୀ ବ୍ୟକ୍ତି ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପିଡୀତା ଓ ତାଙ୍କ ପତି ପ୍ରଶାସନ ଓ ପୋଲିସ ଙ୍କୁ ଅନୁରୋଧ କରିଛନ୍ତି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here