କାଳ ବୈଶାଖୀର ପ୍ରଭାବରେ ବିଦ୍ୟାଳୟ ର ଟିଣ ଉଡ଼ିଗଲା

0
289

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଦୁଇଦିନ ହେଲା କାଳ ବୈଶାଖୀ ର କରାଳ ରୂପ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି l ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ରେ ସ୍କୁଲ ଘର ଭାଙ୍ଗିଯିବା ସହ ଟିଣ ଉଡିଥିବା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ର ବୁଜୁଲି ପ୍ରାଥମିକ ବିଦ୍ୟାଳୟ ଉପରେ ଗଛ ପଡି ଟିଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ଫଳରେ ପିଲାମାନେ କିପରି ପାଠପଢା କରିବେ ସେନେଇ ଚିନ୍ତାରେ ଅବିଭାବକ ଓ ଛାତ୍ରଛାତ୍ରୀ l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସ୍କୁଲକୁ ମରାମତି କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here