ରାଷ୍ଟ୍ରପତିଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତକୁ ନେଇ ପ୍ରଶାସନ ତତ୍ପର। ୧୨ପ୍ଲାଟୁନ ଫୋର୍ସ ସହ ଶହେ ବରିଷ୍ଠ ଅଧିକାରୀ ହେବେ ନିୟୋଜିତ।

0
818

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା )(ଶକ୍ତିଧର ରାଜଗୁରୁ): ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗସ୍ତକାଳରେ ସେ ଭୁବନେଶ୍ୱର ଓ ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଆର୍ମି ଏୟାର ଡିଫେନସ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ର ହିଛି। ଆସନ୍ତା ୨୭ ଓ ୨୮ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ହୋଇଛି। ରାଷ୍ଟ୍ରପତି ଆସନ୍ତା କାଲି ଅର୍ଥାତ୨୭ତାରିଖ ଶୁକ୍ରବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧାସଳଖ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେଂନ୍ସ କଲେଜକୁ ଯାଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ରାତ୍ରିଯାପନ କରବେ। ପରେ ଅର୍ଥାତ ୨୮ତାରିଖ ସକାଳେ ପୁଣି ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଣି ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନିଜେ ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ସତ୍ୟବ୍ରତ ଭୋଇ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ସୁରକ୍ଷା ସହିତ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି। ରଙ୍ଗେଇଲୁଣ୍ଡା ବିମାନବନ୍ଦର ଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେଂନ୍ସ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ୧୨ପ୍ଲାଟୁନ ସଶସ୍ତ୍ର ବଳ ସହିତ ୧୦୦ଜଣ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବ୍ରହ୍ମପୁର ଏସ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଆଜି ରାସ୍ତାପତିଙ୍କ ଗସ୍ତ ପୂର୍ବରୁ ବାୟୁ ସେନାର ଏକ ହେଲିକେପ୍ଟର ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଆଗୁଆ ଯାଞ୍ଚ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here