ଆବାସ ଯୋଜନାରେ ଅର୍ଥ ହଡପ ମାମଲା ରେ ରାଉରକେଲା ରୁ ଗିରଫ ହେଲେ ବ୍ୟବସାୟୀ

0
425

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସ ପଞ୍ଚାୟତ କିରାପାଣି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏବଂ ବିକୁ ପକ୍କାଘର ନିର୍ମାଣ କରିବା ନାଁରେ ହିତାଧିକାରୀଙ୍କ ଅର୍ଥ ହଡ଼ପ ଅଭିଯୋଗରେ ପୁଣି ଥରେ ଗିରଫ ହୋଇଛନ୍ତି ଯୁବା ବ୍ୟବସାୟୀ ସଂଜୀବ ସୁବୁଦ୍ଧି । ଏଥର ତାଙ୍କୁ ର । ଉ ର କ ଲ । ରୁ ଗିରଫ କରିଛି । ଉ ମ ର 6 କ । ଟି ପୁଲିସ । ଗତ ଜୁଲାଇ ୯ତାରିଖରେ ୫ ଜଣ ହିତାଧିକାରୀଙ୍କ ଠାରୁ ଆବାସ ଯୋଜନା ଅର୍ଥ ହଡ଼ପ କରିବା ଅଭିଯୋଗ ରେ ସଂଜୀବ ଗିରଫ ହୋଇ ଜେଲ ଯାଇଥିଲେ । ସେ ଜେଲ୍‌ରେ ଥିବା ସମୟରେ ଗତ ଜୁଲାଇ ୧୬ ତାରିଖରେ ପୁଣି କିରାପାଣି ଗ୍ରାମର ୮ ଜଣ ହିତାଧିକାରୀ ସଂଜିବ ଙ୍କ ନାଁରେ ସେହି ଏକା ଅଭିଯୋଗ କରି ଏତଲା ଦିଆଯାଇଥିଲା । ଏନେଇ ଉମରକୋଟ ପୁଲିସ କେଶ୍ ନଂ – ୨୬୫ , ୨୬୬ , ୨୬୭ , ୨୬୮ , ୨୬୯ , ୨୭୦ , ୨୭୧ ଓ ୨୭୨ | ୨୧ ଅନୁଯାୟୀ ମାମଲା ରୁଜୁ କରିଥିଲା । ତେବେ ପରବର୍ତ୍ତୀ ସମୟରେ ପୂର୍ବ ମାମଲାରେ ସଂଜୀବ ଜାମିନ ପାଇଥିଲେ । ତେବେ ପୁଣି ଗତ ଜୁଲାଇ ୧୬ତାରିଖରେ ରୁଜୁ ହୋଇଥିବା ପୁଲିସ ସଂଜୀବଙ୍କୁ ରାଉରକେଲାରୁ ଗିରଫ କରି ଆଜି ଉମରକୋଟ ମାମଲାରେ ଉମରକୋଟଥାନାକୁ ଆଣିଥିଲେ । ପରେ ସଂଜୀବଙ୍କୁ ଉମରକୋଟ ଏଡିଜେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସଂଜୀବଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣା ପଡ଼ିଛି । କିରାପାଣି ଗ୍ରାମର ରାମବତି ମାଝାଙ୍କ ଏତଲା ଅନୁଯାୟୀ କେସ ନମ୍ବର୍ ୨୭୦ | ୨୧ ଅନୁଯାୟୀ ସଂଜୀବଙ୍କୁ ଗିରଫ କରଯାଇଥିବା ଉମରକୋଟ ପୁଲିସ ସୂଚନା ଦେଇଛି । ସୂତ୍ରରୁ ପ୍ରକାଶ ଥାଉକି , ଗତ ଜୁଲାଇ ୧୬ ତାରିଖ ସଂଜୀବଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଉମରକୋଟ ପୁଲିସ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲା । ସଂଜୀବ ରାଉରକେଲା ରେ ନିଜ ସଂପର୍କୀୟଙ୍କ ଘରେ ଥିବା ନେଇ କୌଣସି ଖବର ପାଇବା ପରେ ଉମରକୋଟ ଥାନା ଏ ସ୍ ଆଇ ରାଧାକାନ୍ତ ବାରିକ , ନିଳିମା ପାଣିଗ୍ରାହୀ। , ବିହାରୀ ଗଣ୍ଡା ଏବଂ ବଳରାମ ଶର୍ମା ଗତ ଦୁଇ ଦିନ ତଳେ ରାଉରକେଲା ଯାଇ ସଂଜୀବଙ୍କୁ ଗିରଫ କରିବା ପରେ ଆଜି ଉମରକୋଟକୁ ଆଣିଥିଲେ । ଅନ୍ୟ ୭ଟି ମାମଲାରେ ରିମାଣ୍ଡ ଦିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ । ସଂଜୀବଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା ଉମରକୋଟ ଥାନାରେ କେବଳ ଆବାସ ଯୋଜନା ଅର୍ଥ ହଡ଼ପ ଅଭିଯୋଗରେ ମୋଟ ୧୩ଟି ମାମଲା ରୁଜୁ ହୋଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here