ମାତାରାତାରିଣୀ ମନ୍ଦିର ଠାରେ ବିଜେଡି ବିଧାୟକ ମାନଙ୍କୁ ଘୁମୁସର ବିଜେପି ଯୁବମୋର୍ଚ୍ଚା ତରଫରୁ କଳାପତକା ପ୍ରଦର୍ଶନ

0
269

ବ୍ରହ୍ମପୁର : ଗଂଜାମ ଜିଲ୍ଲା ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ସ୍ମାର୍ଟ କ୍ଲାସ ଖୋଲୁଥିବା ବେଳେ । ସେହି ଜିଲ୍ଲା ର ଆସିକା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜଣେ ଜଣେ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏବଂ ତାରାତାରିଣୀଙ୍କ ପୀଠରେ ଜନସାଧାରଣଙ୍କ ପ୍ରବେଶ ଅନୁମତି ମିଳିନଥିଲା ବେଳେ ଶାସକ ଦଳର ବିଧାୟକମାନଙ୍କୁ ପ୍ରବେଶ ଅନୁମତି ଦେବା ବିରୋଧରେ ଘୁମୁସର ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ କଳା ପତାକା ପ୍ରଦର୍ଶନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଘୁମୁସର ବିଜେପି ଯୁବମୋର୍ଚ୍ଚା ସମ୍ପାଦକ କାହ୍ନା ନାୟକ, ଜିଲ୍ଲା ସମ୍ପାଦକ ଅନୀଲ କୁମାର ପଣ୍ଡା ପ୍ରମୁଖ ୩୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here