ବିଦେଶରେ ଚାକିରି ଦେବାକୁ କହି ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସହ ପାସପୋର୍ଟ ନେଇ ରାତି ଅଧରେ ଛୁ ମାରିଲା ଏରାଉଣ୍ଡ ଦ ଓାରର୍ଲ୍ଡ ନାମକ ଠକ ସଂସ୍ଥା

0
334

ବ୍ରହ୍ମପୁର :ବିଦେଶରେ ଚାକିରି ଦେବାକୁ କହି ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସହ ପାସପୋର୍ଟ ନେଇ ରାତି ଅଧରେ ଛୁ ମାରିଲା ଏରାଉଣ୍ଡ ଦ ଓାରର୍ଲ୍ଡ ନାମକ ଠକ ସଂସ୍ଥା । ଥାନା ରେ ଲିଖିତ ଅଭିଯୋଗ ପରେ ଧିରେ ଧିରେ ଫିଟୁଛି ଗୁମର । ଆସନ୍ତୁ ଦେଖିବା ଏହି ରିପୋର୍ଟ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରେ କିଛି ଦିନ ତଳେ ଯୁବକ ମାନଙ୍କୁ ବିଦେଶରେ ଚାକିରି ଦେବା ପାଇଁ ଏରାଉଣ୍ଡ ଦ ଓାରର୍ଲ୍ଡ ନାମକ ଏକ ସଂସ୍ଥା ଅଫିସ ଖୋଲିଥିଲା । ଏହି ସଂସ୍ଥା ନିଜର ପ୍ରସାର ପ୍ରଚାର ପାଇଁ ଅଟୋ ମାଧ୍ୟମ ରେ ଗାଁ ଗାଁ ବୁଲି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ସହ କାନ୍ଥ ମାନଙ୍କ ରେ ପୋଷ୍ଟର ମାରିଥିଲା । ଏହି ସଂସ୍ଥା କେବଳ ଗଞ୍ଜାମ ନୁହେଁ ଗଞ୍ଜାମ ର ପଡୋଶୀ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡରେ ନିଜର ପ୍ରଚାର ପ୍ରସାର କରିଥିଲା । ଯାହାଫଳରେ ବିଭିନ୍ନ ଅଂଚଳରୁ ପିଲା ବିଦେଶ ଯିବା ପାଇଁ ଯୋଗାଯୋଗ କରିଥିଲେ ଏବଂ ଅଫିସରେ ଦେଖାକରି ନିଜ ପାସପୋର୍ଟ ଦେଇଥିଲେ । ସେହିଭଳି ଖଲ୍ଲିକୋଟ, ବେଗୁନିଆପଡା, ଖୋର୍ଦ୍ଧା ଅଂଚଳର ବାଣପୁର ଓ ନିଳାଦ୍ରିପ୍ରସାଦରୁ ପ୍ରାୟ ୪୫ ଜଣ ଯୁବକ ଆବେଦନ କରିଥିଲେ । ଯାହାର ଫାଇଦା ନେଇ ଉକ୍ତ ସଂସ୍ଥା ଯୁବକ ମାନଙ୍କୁ ମେଡିକାଲ ଟେଷ୍ଟ କରିବାକୁ କହିଥିଲେ । ତାପରେ ଯୁବକ ମାନଙ୍କୁ ମିଛ ଅଫର୍ ଲେଟର,ଦୁବାଇ ଯିବା ପାଇଁ ନକଲି ଭିସା ଓ ଫ୍ଲାଇଟ ଟିକଟ ଦେଇ ଜଣ ଜଣଙ୍କ ଠାରୁ ୫୦ ରୁ ୬୦ ହଜାର ଟଙ୍କା ନେଇଥିଲା । ଉକ୍ତ ସଂସ୍ଥା ପକ୍ଷରୁ ଯୁବକ ମାନଙ୍କୁ ବିଦେଶ ଯିବା ପାଇଁ ଦିଆଯଇଥିବା ତାରିଖରେ ଲୋକମାନେ ହିଞ୍ଜିଳିକାଟୁ ଅଫିସରେ ପଂହଚି ଥିଲେ କିନ୍ତୁ ସେଠାରେ ଦେଖିବାକୁ ପାଇଥିଲେ ଏହି ଠକ ସଂସ୍ଥା ଏମାନଙ୍କ ଠାରୁ ଟଙ୍କା ନେଇ ରାତି ଅଧିଆ ଛୁ ମାରିଛି । ତେବେ ଏନେଇ ଯୁବକ ମାନେ ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଆଗରୁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଦାଦନ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏବେ ବେକାର ଯୁବକ ମାନଙ୍କୁ ଭଲ ଦରମାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ବିଦେଶରେ ଚାକିରି କରି ଟଙ୍କା ଉପାର୍ଜନ କରିବା ପାଇଁ ଧାର କରଜ କରି ଏହି ଯୁବକ ମାନେ ଟଙ୍କା ଦେଇଥିଲେ । ତେବେ ଉକ୍ତ ସଂସ୍ଥା ଫେରାର ହେବା ପରେ ଋଣ ଟଙ୍କା ସୁଝିବା ନେଇ ଚିନ୍ତାରେ ପଡିଯାଇଛନ୍ତି ଏହି ଯୁବକ ମାନେ । ତେବେ ଏହି ଠକ ସଂସ୍ଥା ଏହି ୪୫ ଜଣଙ୍କ ପରେ ଆହୁରି ଅନେକ ଯୁବକ ମାନଙ୍କ ଠାରୁ ଟଙ୍କା ଠକି ନେଇଥିବା ଅନୁମାନ କରାଯାଇଛି । ତେବେ ଥାନା ରେ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ହେଉନଥିବା କହିଛନ୍ତି ଯୁବକ ମାନେ । ତେବେ ଏହି ଘଟଣା ମୁଖ୍ୟମନ୍ତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ସରକାର ଏହା ଉପରେ ଦୃଷ୍ଟି ଦେବା ସହ ଠକ ସଂସ୍ଥା ନାମରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ଯୁବକ ମାନେ ।ଏହି ଠକ ସଂସ୍ଥା ର ଡାଇରେକ୍ଟର ଙ୍କ ନାମ ରାକେଶ କୁମାର ପଣ୍ଡା ବୋଲି ଏହି ଯୁବକ ମାନେ କହିଛନ୍ତି । ଦେଖାଯାଉ କେବେ ଏହି ଯୁବକ ମାନେ ନିଜର ପାସପୋର୍ଟ ଓ ଟଙ୍କା ଫେରିପାଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏନେଇ ହିଞ୍ଜିଳିକାଟୁ ଥାନାରେ ମଧ୍ଯ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି ।

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here