କଲେଜ୍ ଛାତ୍ରୀ ମାନେ ଯବାନ ଙ୍କୁ ରାକ୍ଷୀ ପଠାଇଲେ

0
598

ହିଞ୍ଜିଳିକାଟୁ,୧୪/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଦୁଇଟି ବଡ ପର୍ବ ରାକ୍ଷୀପୁର୍ଣିମା ଓ ସ୍ୱାଧୀନତା ଦିବସ ଏବର୍ଷ ଗୋଟିଏ ଦିନ ରେ ପଡୁଥିବା ହେତୁ ସମସ୍ତ ଭାରତୀୟ ବହୁତ ଆନନ୍ଦିତ । ରକ୍ଷା ବନ୍ଧନକୁ ଅଧିକ ସ୍ମରଣୀୟ କରିବା ପାଇଁ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀମାନେ ଭାରତୀୟ ସୀମାରେ ଆମ ସୁରକ୍ଷା ପାଇଁ ଡିଉଟି କରୁଥିବା ବୀର୍ ଯବାନମାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ସୀମାରେ କର୍ତ୍ତବ୍ୟ ସମ୍ପାଦନ କରୁ କରୁ ସେମାନେ କୌଣସି ପର୍ବ ପର୍ବାଣୀ ରେ ଘର କୁ ଆସିପାରନ୍ତି ନାହିଁ । ପରିବାରରେ ସାମିଲ୍ ମଧ୍ୟ ହୋଇପାରନ୍ତି ନାହିଁ । ତେବେ ରକ୍ଷାବନ୍ଧନ ରେ ସେମାନଙ୍କ ହାତ ମୁକୁଳା ନରହୁ,ଏହି ମହତ ଉଦ୍ଦେଶ୍ୟ ନେଇ ଛାତ୍ରୀମାନେ ସୀମାକୁ ରାକ୍ଷୀ ପଠାଇଥିବା କହିଛନ୍ତି । ସେମାନେ ସୀମାକୁ ରାକ୍ଷୀ ପଠାଇ ବହୁତ ଖୁସି ଅନୁଭବ କରି କହିଛନ୍ତି,ହୁଏ”ତ ଏ ସୁଯୋଗ ଆମ ପାଇଁ ପ୍ରଥମ ଓ ଶେଷ ହୋଇଥାଇପାରେ କାରଣ ଗୋଟିଏ ଦିନ ରେ ଦୁଇଟି ବଡ଼ ପର୍ବ ପଡୁଥିବା ହେତୁ। ଛାତ୍ରୀମାନେ ବଜାର ରୁ ରାକ୍ଷୀ କିଣି ଏନ.ଭଲପ୍ ରେ ଭର୍ତି କରି ଜାମୁ, କାଶ୍ମୀର, ଲଦାଖକୁ ପୋଷ୍ଟ ମାଧ୍ୟମ ରେ ରାକ୍ଷୀ ପଠାଇ ଥିବା ହେତୁ କଲେଜ୍ ଅଧକ୍ଷ ଶ୍ରୀ ଚନ୍ଦ୍ର ଶେଖର ପୃଷ୍ଟି ଏହି ଭଳି ମହାନ୍ କାର୍ଯ୍ୟ କରିଥିବା ଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କାଜଲ ପାଢ଼ୀ, ସନ୍ତୋଷିନି ବେହେରା, ସୋନାଲି ବେହେରା,କେ.ପୂଜା, ସରସ୍ଵତୀ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here