ଗାଁ ସାଥି ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ।

0
287

ପୋଲସରା : ପୋଲସରା ବ୍ଳକ ଗାଁ ସାଥି ସଂଘ ପକ୍ଷରୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁଙ୍କ ଙ୍କୁ ୭ ଦଫା ସମ୍ବଳିତ ଦାବି ପତ୍ର ଅକ୍ଟୋବର ୦୫ ତାରିଖ ଦିନ ପ୍ରଦାନ କରିଥିବା ଜଣାପଡ଼ିଛି। ପୋଲସରା ବ୍ଳକର ସମସ୍ତ ଗାଁ ସାଥି ମାନଙ୍କୁ ନିୟମିତ ଭାବେ ପ୍ରକଳ୍ପ ରେ ନିୟୋଜିତ କରିବା, ସମସ୍ତଙ୍କ ନିୟମିତ ଭାବେ ସେମି ସ୍କିଲ ଏମ ବାହାର କରିବା, ଶ୍ରମିକ ମାନଙ୍କୁ ପ୍ରତି ସପ୍ତାହ ରେ ମଜୁରୀ ଦେବା ସମୟରେ ଗାଁ ସାଥି ମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯିବା, ସରକାର ଙ୍କ ଚିଠି ସଂଖ୍ୟା ୯୪୦ ତାରିଖ ୧୧/୦୧/୨୦୧୯ ଏବଂ ଚିଠି ସଂଖ୍ୟା ୨୯୪୦ ତାରିଖ ୧୧/୦୨/୨୦୨୧ ପ୍ରକାରେ ଗାଁ ସାଥି ମାନଙ୍କୁ ପ୍ରତି ମାସରେ ୧୦ ଦିନ କାମ ଓ ଲାଇନ୍ ଡିପାର୍ଟମେଣ୍ଟ ମାନଙ୍କ ର ସମସ୍ତ ଏମଜିଏନଆରଜିଏ ପ୍ରକଳ୍ପ ଗୁଡିକ ରେ ଗାଁ ସାଥି ମାନଙ୍କୁ ନିଯୁକ୍ତି ଦିଆଯିବା , ଗଞ୍ଜାମ ଜିଲ୍ଲାପାଳ ଙ୍କ ଚିଠି ସଂଖ୍ୟା ୮୫୧୩ ତାରିଖ ୧୭/୦୯/୨୦୧୯ ପ୍ରକାରେ ସମସ୍ତ ଗାଁ ସାଥି ଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବା ଓ ବାରମ୍ବାର ଦାବି ସତ୍ତ୍ୱେ ଜିଆରଏସ ମାନେ ଗାଁ ସାଥି ମାନଙ୍କୁ ଉପେକ୍ଷା କରୁଥିବା ରୁ ପ୍ରତିକାର ବ୍ୟବସ୍ଥା କରିବା ଦାବି କରି ଗାଁ ସାଥି ମାନେ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ପ୍ରଦାନ ସମୟ ରେ ସଂଘ ର ସଭାପତି ଅଶୋକ କୁମାର ବିଷୋୟୀ, ସମ୍ପାଦକ ଅଞ୍ଜନ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ ବିଜୟ କୁମାର ହୋତା ଙ୍କ ସମେତ ସଂଘର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here