ନବରଙ୍ଗପୁର ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ନୂତନ କର୍ମ କର୍ତ୍ତା ନିର୍ବାଚନ

0
331

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ନବରଙ୍ଗପୁର ଶାଖା ତରଫରୁ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଉପ-ସଭାପତି ରମେଶ ଚନ୍ଦ୍ର ବଳିଆର ସିଂ ଙ୍କ ସଭାପତିତ୍ଵରେ ଉକ୍ତ କାର୍ଯ୍ୟକ୍ରମ ରେ ୧୦ ଗୋଟି ବ୍ଳକର ସମସ୍ତ ପଂଚାୟତ ଅଧିକାରୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗତ କିଛି ଦିନ ପୂର୍ବେ ମୃତ୍ୟୁ ବରଣ କରିଥିବା ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରର୍ଥାନ କରାଯାଇଥିଲା।ବିଦାୟ ଭାଷଣ ରେ ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ,ଆଜି ଠାରୁ ଜିଲ୍ଲା ସଙ୍ଘର ପୁନଃର୍ଗଠନ କରା ଯିବ ଏବଂ ଏଥିରେ ସମସ୍ତ ବରିଷ୍ଠ ମାନେ ବାଦ୍ ପଡି ବେ ଓ ନୂତନ କନିଷ୍ଠ ମାନଙ୍କୁ ନେଇ ଜିଲ୍ଲା ସଙ୍ଘ କର୍ମ କର୍ତ୍ତା ଗଠନ କରା ଯିବ।ଏଣୁ କନିଷ୍ଠ ଭାଇ ମାନେ ଦୃଢ଼ ନେତୃତ୍ୱ ନିଅନ୍ତୁ ବୋଲି ଅନୁରୋଧ କରି ଥିଲେ।ଏହାପରେ ନିର୍ବାଚନ ଅଧିକାରୀ ଚୟନ କରାଯାଇ ସର୍ବ ସମ୍ମତି କ୍ରମେ ସଭାପତି ଭବେ ଦୟା ନିଧି ଦାସ,ସାଧାରଣ ସମ୍ପାଦକ ଭାବେ କୈଳାଶ ସିଂ ସିଂହାର କୋସାଧକ୍ଷ ଭାବେ ବିଭୁତି କୁମାର ସାମନ୍ତରାୟ,ରାଜ୍ୟ ପ୍ରତିନିଧି ଭାବେ ଉତ୍କଳ ଭତ୍ରା,ହନୁ ପନକା ମନୋନିତ ହୋଇଥିଲେ। ନୁତନ ଭାବେ ନିର୍ବାଚିତ କର୍ମ କର୍ତ୍ତା ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇ ଥିଲା। ନିସ୍ଵାର୍ଥ ଭାବେ ସମସ୍ତ ପଂଚାୟତ ନିର୍ବାହୀ ଙ୍କ ନ୍ୟାର୍ଜ୍ୟ ଅଧିକାର ହାସଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ।ନବ ନିର୍ବାଚିତ କର୍ମ କର୍ତ୍ତା ମଧ୍ୟ ସମସ୍ତ ନ୍ୟାର୍ଜ୍ୟ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରା ଯାଇ ସଙ୍ଘର କାର୍ଯ୍ୟକୁ ନିସ୍ଵାର୍ଥ ଭାବେ ସମ୍ପାଦନ କରିବେ ବୋଲି ପ୍ରତି ଶ୍ରୁତି ଦେଇ ଥିଲେ। ଶେଷରେ ସମସ୍ତଙ୍କୁ ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟନନ୍ଦ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here