ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ବାକ୍ ପଟୁତା ପ୍ରତିଯୋଗିତା

0
338

ବ୍ରହ୍ମପୁର(ପ୍ରଣୟ ପଣ୍ଡା)ବ୍ରହ୍ମପୁର ଡିଭିଜନ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅକ୍ଟୋବର ୦୧ ତାରିଖ ଦିନ ବାକ୍ ପଟୁତା ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ଛତ୍ରପୁର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହ ପରିସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ଯୋଗୁଁ ଏହି ପ୍ରତିଯୋଗିତାରେ କେବଳ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀ ଓ ସେମାନଙ୍କ ସନ୍ତାନ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ” ସତର୍କ ଭାରତ – ସମୃଦ୍ଧ ଭାରତ” ବିଷୟକୁ ନେଇ ବାକ୍ ପଟୁତା ପ୍ରତିଯୋଗିତା ଭର୍ଚୁଆଲ ମୋଡ଼ରେ ହ୍ଵାଟ୍ସଆପ ଜରୀଆରେ ଅନୁଷ୍ଠିତ ହୋଇଥିଲା। କର୍ମଚାରୀଙ୍କ ସନ୍ତାନ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ସୁଶ୍ରୀ ସୁଲଗ୍ନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଭାବେ ଅଙ୍କିତା ନାୟକ ଓ ଉପାସନା ଆଚାର୍ଯ୍ୟ ଦ୍ଵିତୀୟ ସ୍ଥାନ ଏବଂ ଯୁଗ୍ମ ଭାବେ ସୁସ୍ପିତା ପଣ୍ଡା ଓ ସାହିଲ ସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ବାକ୍ ପଟୁତା ପ୍ରତିଯୋଗିତାରେ ଛତ୍ରପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ର ସୁଚିତ୍ରା ମୁନି ପ୍ରଥମ ସ୍ଥାନ ଓ ବିଚିତ୍ରା ସେଠୀ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭଞ୍ଜନଗରର ସଙ୍ଗୀତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାରେ ବିଚାରକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଅରୁଣ କୁମାର ଶତପଥୀ, ଓ ଶ୍ୟାମଘନ ପାତ୍ର ଦାୟିତ୍ୱ ସମ୍ପାଦନା କରିଥିବା ବେଳେ କର୍ମଚାରୀଙ୍କ ପ୍ରତିଯୋଗିତାରେ ଗଞ୍ଜାମ କଲେଜ ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, ଅଧିବକ୍ତା ବ୍ରଜମୋହନ ଆଚାର୍ଯ୍ୟ, ଓ କ୍ୟୁରେସ୍ ସ୍ବେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ଅରୁଣ କୁମାର ଶତପଥୀ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ପ୍ରତିଯୋଗିତାରେ ବିଜୟଲାଭ କରିଥିବା ପ୍ରତିଯୋଗୀଙ୍କୁ ସେମାନଙ୍କ ଅଞ୍ଚଳର ବିଡ଼ିଓ ଓ ବ୍ରହ୍ମପୁର ଡିଭିଜନ ଏସପି ଙ୍କ ମାଧ୍ୟମରେ ପୁରସ୍କାର ଗୁଡ଼ିକ ଯୋଗାଇ ଦିଆଯିବ। ଏହି ଅବସରରେ ବ୍ରହ୍ମପୁର ଡିଭିଜନ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ଓ କର୍ମଚାରୀ ବୃନ୍ଦ ନିଷ୍ଠାର ସହ କାର୍ଯ୍ୟକରି ଦୁର୍ନୀତି ରୋକିବାରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରଶଂସା କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡିଭିଜନ ଦୁର୍ନୀତି ନିବାରଣ ଅଧିକ୍ଷକ ଅନିଲ କୁମାର ପାତ୍ର, ଅତିରିକ୍ତ ଦୁର୍ନୀତି ନିବାରଣ ଅଧିକ୍ଷକ ଶାନ୍ତନୁ କୁମାର ପାଢୀ ଓ ସମସ୍ତ ଦୁର୍ନୀତି ନିବାରଣ ଉପଅଧିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଦୁର୍ନୀତି ବିଭାଗ ନିରୀକ୍ଷକ ସୋମନାଥ ବାରିକ ପ୍ରତିଯୋଗିତା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here