ରିଲିଜ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଖୁସି ଆଣିଦେଲା ମହିଳା ଶକ୍ତି

0
283

ଭଞ୍ଜନଗର: ଭଞ୍ଜନଗର ମହିଳା ଶକ୍ତି ସେବା ଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କ ଦ୍ଵାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଖୁସି ଆଣିଦେଲା ମହିଳା ଶକ୍ତି ଶନିବାର ବ୍ରହ୍ମପୁର ସ୍ଥିତ ଆଶୀର୍ବାଦ କ୍ରିଏସନ ଠାରେ ମୁକ୍ତିଲାଭ କରିଛି।ଏହି ଫିଲ୍ମର ଭିଡ଼ିଓ ମହିଳା ଶକ୍ତି ସେବା ଟ୍ରଷ୍ଟର ରାଜ୍ୟ ଅଧ୍ୟକ୍ଷ ଡ଼. ପ୍ରଭାତ କୁମାର ବାରିକ,ଅଧ୍ୟକ୍ଷା ଡ଼. ମାଳତୀ ବାରିକ, ଉପସଭାପତି ଡ଼. ରାମକୃଷ୍ଣ ପଟ୍ଟନାୟକ ଓ ଅନ୍ୟ ରାଜ୍ୟ ଅଧିକାରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଏହାକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଅଞ୍ଚଳର ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ।ଅଭିନୟରେ ଭଞ୍ଜନଗର ଅଧ୍ୟକ୍ଷ ଜେ.କେ ପଟ୍ଟନାୟକ, ମନୋରଞ୍ଜନ, ସୁନିତା, ସୁକାନ୍ତ, ନିବେଦିତା, ଚିରଞ୍ଜିବି, ଲିଜା, କଳ୍ପନା, ଶିଶୁ କଳାକାର ସାଇ ଅମ୍ଳାନ ଓ ଅନ୍ୟମାନେ ରହିଛନ୍ତି।ସଙ୍ଗୀତ ରବି ଗୌଡ଼, କ୍ୟାମେରା ଓ ଏଡିଟିଙ୍ଗ ଦାୟିତ୍ବରେ ସମୀର ରହିଛନ୍ତି।ସମାଜରେ ବିଧବା ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଦୁଃଖ କଷ୍ଟ ଉପରେ ଆଧାରିତ ହୋଇଥିବାରୁ ଉପସ୍ଥିତ ଅତିଥି ଓ ଦର୍ଶକ ମାନେ ବେଶ ପ୍ରଶଂସା କରିଥିଲେ।ତେଣୁ ନାଟ୍ୟକାର ଓ ନିର୍ଦ୍ଦେଶକ ଜୟକୃଷ୍ଣ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here