ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

0
531

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉକିଆପାଲି ପଞ୍ଚାୟତ ହ୍ରଦଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି , ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହ୍ରଦଳି ଗ୍ରାମ ନିକଟସ୍ଥ ନୂଆଗୁଡା ଗ୍ରାମର ଦେବସିଂ ପୂଜାରୀ ଓ ତାର ସ୍ତ୍ରୀ ସୁମନୀ ପୂଜାରୀ ଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ ଅସାନ୍ତି ଲାଗିରହିଥିଲା । ଗତ କାଲି ଦୁହେଁଙ୍କ ମଧ୍ୟରେ ବହୁତ ପାଟିତୁଣ୍ଡ ହେଇଥିଲା । ଏଥିରେ ସ୍ୱାମୀ ଜଣଙ୍କ ଉକ୍ଷିପ୍ତ ହୋଇ ଏକ ଲୁହ ରୋଡ଼ ରେ ସ୍ତ୍ରୀ କୁ ପ୍ରହାର କରିଥିଲା । ପ୍ରହାର କରିବାରୁ ସ୍ତ୍ରୀ ଗୁରୁତର ଆହତ ହୋଇଥିବାରୁ ପ୍ରଥମେ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନବରଙ୍ଗପୁର ରେ ଚିକିତ୍ସା ସମୟରେ ସୁମନୀ ର ମୃତ୍ୟୁ ହୋଇଥିଲା । ଏହାପରେ କୋଷାଗୁମୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ହତ୍ୟାକାରୀ ସ୍ୱାମୀ ଦେବୀସିଂ ପୂଜାରୀ କୁ ଗିରଫ କରି ତାର ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here