କୂଅରେ ପଡି ୮୦ ବର୍ଷ ବୟସ୍କା ବୃଦ୍ଧା ମୃତ୍ୟୁ

0
290

ବୁଗୁଡା:ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ନିଜ ଘର ପଛରେ ଥିବା ଖୋଲା କୂଅରେ ପଡି ପାଣିରେ ବୁଡି ଅଗଷ୍ଟ ୨୫ ତାରିଖ ଦିନମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବର ନେବାରେ ଜଣା ପଡ଼ିଛି ଯେ ପଙ୍କଳସାହି ଗ୍ରାମର ଉରି ନାୟକଙ୍କ ସ୍ୱାମୀ ମୃତ୍ୟୁ ବରଣ କରିସାରିଥିବା ବେଳେ ତାଙ୍କର ତିନି ଝିଅ ଥିଲେ। ହେଲେ ସେହି ତିନି ଝିଅ କେଉଁଆଡ଼େ ବହୁଦିନ ହେଲା ଚାଲି ଯାଇଥିବ ବେଳେ ବୃଦ୍ଧା ଉରି ଘରେ ଏକାକୀ ରହୁଥିଲେ। ଆଜି ସକାଳେ ବୃଦ୍ଧା ଜଣଙ୍କ ବାରିକୁ ଯାଇ କେତେବେଳେ କୂଅରେ ପଡିଯାଇ ଥିଲେ। ସାଇ ପଡିଶା ଲୋକମାନେ ବୃଦ୍ଧା ଉରି କୂଅ ଭିତରେ ପାଣିରେ ଭାସୁ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ବୁଗୁଡା ଦମକଳ ବାହିନୀ ଆସି ବୃଦ୍ଧାଙ୍କୁ କୂଅରୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ବୃଦ୍ଧାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ପୋଲିସ ମର ଶରୀର ଜବତ କରି ବୁଗୁଡା ଥାନା କେସ ନଂ ୧୪/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here