ଦେଖାଳି ଗ୍ରାମ ପ୍ରମୋଦିନି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କଲା ବ୍ରହ୍ମପୁର ପୋଲିସ

0
326

ବ୍ରହ୍ମପୁର() ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦେଖାଳି ଗ୍ରାମରେ ଘଟିଥିବା ପ୍ରମୋଦିନୀ ନାଇକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟାକାରୀ ନାମ ପ୍ରକାଶ ବେହେରା। ତାକୁ ପୋଲିସ ଧରିବାରେ ସଫଳ ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ପ୍ରକାଶ ବେହେରା ବିବାହିତ ଓ ଦୁଇଟି ସନ୍ତାନର ପିତା। ଘର ଦେଖାଳି ଗ୍ରାମରେ। ପ୍ରମୋଦିନୀ ନାଇକ ଶୌଚ କରିବା ଓ ନଦୀରେ ଗାଧୋଇବା ସମୟରେ ସେ ଲୁଚି ଲୁଚି ଦେଖୁଥିଲା। ଶ୍ରୀ ଭୋଇଙ୍କ ସୂଚନାସୁରେ ଗତ ମେ ୧୦ ତାରିଖରେ ପ୍ରମୋଦିନୀ ନଦୀରେ ଏକୁଟିଆ ଗାଧୋଉଥିବା ସମୟରେ ପାଣି ଭିତରକୁ ଯାଇ ତାଙ୍କୁ ପ୍ରକାଶ କୁଣ୍ଢେଇ ପକାଇଥିଲା। ଏହାକୁ ବିରୋଧ କରି ପ୍ରମୋଦିନୀ ଚିତ୍କାର କରିବାରୁ ପ୍ରକାଶ ତଣ୍ଟି ଚିପି ତାଙ୍କୁ ପାଣିରେ ବୁଡ଼ାଇ ମାରିଥିଲା।

LEAVE A REPLY

Please enter your comment!
Please enter your name here