ତୁରନ୍ତ ରାସ୍ତା ନିର୍ମାଣ ଦାବିରେ ମଞ୍ଜୁଶ୍ରୀ ନଗରବାସୀଙ୍କ ପକ୍ଷରୁ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ

0
301

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଞ୍ଜୁଶ୍ରୀ ନଗର ଦ୍ଵିତୀୟ ଲାଇନ ରାସ୍ତା ତୁରନ୍ତ ନିର୍ମାଣ କରିବା ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ସୋମବାର ଦିନ କୁକୁଡାଖଣ୍ଡି ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ସାମାନ୍ୟ ବର୍ଷା ହେଲେ ଅଞ୍ଚଳବାସୀଙ୍କ ଦୁର୍ଦଶା ବଢ଼ି ଯାଉଛି।ଏବଂ ରାସ୍ତାରେ ପାଣି ଜମି ରହିବା ସହିତ ଖାଲ ଖମା ସୃଷ୍ଟି ହୋଇ ରହିଛି।ଫଳରେ ଗାଡି ମଟର ଯିବା ଆସିବା ଦୂରର କଥା ଚାଲିକି ଯିବା ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି।ଫଳରେ ଅଞ୍ଚଳବାସୀଙ୍କୁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି।ଏହି ଅସୁବିଧା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅବଗତ କରାଇବା ସତ୍ୱେ କୌଣସି ଫଳପ୍ରଦ ମିଳିଲା ନାହିଁ।ଏଣୁ ଉକ୍ତ ସାହି ରାସ୍ତା ତୁରନ୍ତ ନିର୍ମାଣ ନିମନ୍ତେ କୁକୁଡ଼ାଖଣ୍ଡି ବିଡ଼ିଓ ଶ୍ରୀ ଗଦାଧର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇଛନ୍ତି।ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ମଞ୍ଜୁଶ୍ରୀ ନଗରର ରାଧାଚରଣ ସାହୁ,ଦଣ୍ଡପ୍ରସାଦ ପରିଛା,ବିଶ୍ୱକେଶ ମିଶ୍ର,ରବୀନ୍ଦ୍ର ନାଥ, ମୃତ୍ୟୁଞ୍ଜୟ ସାହୁ, ବିଦ୍ୟାଧର ମହାନ୍ତିଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here