ଅବକାରୀ ଚଢଉ ୪ଜଣ ଅନ୍ତଃ ରାଜ୍ୟ ଗଞ୍ଜେଇ ଚୋର ଗିରଫ

0
228

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ଚଢଉ କରାଯାଉଥିବା ସମୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିବା ବେଳେ ସେହି ଗଞ୍ଜେଇ କୁ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଅବକାରୀ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ଅବକାରୀ ଟିମ୍ ଦ୍ୱାରା ଗଜପତି ଜିଲ୍ଲାର ୩ଗୋଟି ଅଞ୍ଚଳରେ ଚଢଉ କରାଯାଇଥିଲା । ଏହି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଛକ ଠାରେ ସନ୍ଦେହଜନକ ଭାବେ ଡବ୍ଲ୍ୟୁବି ୦୬ବି ୪୬୫୭ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ସିଟି କାର ଦୃତ ଗତିରେ ଯାଉଥିବାବେଳେ ସେହି ଗାଡିକୁ ଦେଖି ଅଟକାଇ ଯାଞ୍ଚ କରାଯାଇଥିଲା । ଏଥିରେ ୭୦ କେଜି ଗଞ୍ଜେଇ ବିହାର ରାଜ୍ୟକୁ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ଅବକାରୀ ସ୍କ୍ୱାର୍ଡ ଦୁଇଜଣ ବିହାରୀ ଗଞ୍ଜେଇ ମାଫିଆ ପ୍ରମୋଦ କୁମାର ପାଶୱାନ ଓ ବିକାଶ କୁମାରଙ୍କୁ ଗିରଫ କରି ଗଞ୍ଜେଇ ଓ ଚୋରାଚାଲଣରେ ବ୍ୟବହୃତ କାରକୁ ଜବତ କରାଯାଇଥିଲା । ସେହିପରି ଜିଲ୍ଲାର ଯୁବଗ୍ରାମ ନିକଟରେ ଡାମିଏନ ମାଝୀ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ଜବତ କରାଯାଇଥିଲା । ଏଥିରେ ୧୯କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଠିକ୍ ସେହିପରି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଯାଜପୁର ଗ୍ରାମରେ ଅନ୍ୟ ଏକ ଚଢଉ କରାଯାଇ ଅନ୍ୟଜଣେ ଗଞ୍ଜେଇ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି । ଏହି ୩ଗୋଟି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ ହେଉଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here