୨୦୨୨-୨୩ ଖରିଫ୍ ଋତୁର ଚାଷୀ ପଞ୍ଜିକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ

0
264

ଛତ୍ରପୁର: ଆଗାମୀ ୨୦୨୨-୨୩ ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ କିଣାଯିବ । ଖରିଫ୍ ଋତୁର ଧାନ ଚାଷୀଙ୍କ ଠାରୁ ଗ୍ରହଣ କରିବା ସକାଶେ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ବରାନ୍ବୀତ କରାଯିବ । ଏଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଚାଷୀଙ୍କର ଅନ୍ ଲାଇନ୍ ପଞ୍ଜିପରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ପଞ୍ଜିକରଣ ପ୍ରଶିକ୍ଷଣ ମଙ୍ଗଳବାର ଓସ୍ବାନ୍ ହଲ ରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଙ୍କ ନିର୍ଦ୍ଦେଶ ମୁତାବକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ପଞ୍ଜିକରଣ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଜୁଲାଇ ମାସ ୧୫ ତାରିଖ ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ । ଶେଷ ମୂହୁର୍ତ୍ତକୁ ଅପେକ୍ଷା ନକରି ପଞ୍ଜିକରଣ କରାଗଲେ ପଞ୍ଜିକରଣ ନିର୍ଭୁଲ ଓ ସୁପରିଚାଳନା ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସମସ୍ତ ଉପ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ନିଜ ସ୍ତରରେ ବୈଠକ କରି ପଞ୍ଜିକରଣ ପ୍ରକ୍ରିୟାର କାର୍ଯ୍ୟ ପରିଚାଳନା କରିବେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ନେତୃତ୍ବରେ ପ୍ରଶିକ୍ଷକ ଗଣ, ପେକସ ସଂପାଦକ, ବ୍ଲକ୍ ଗୁଡିକର ଡି.ଇ.ଓ., ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଂପାଦିକା, ସମସ୍ତ କ୍ଷେତ୍ର ଅଧିକାରୀ, କୋ-ଅପରେଟିଭ୍ ନିରୀକ୍ଷକ, ଯୋଗାଣ ବିଭାଗୀୟ ନିରୀକ୍ଷକ, ସମସ୍ତ ବ୍ଲକ୍ ଯୋଜନା ସଂଯୋଜକ ମାନଙ୍କୁ ଅନ୍ ଲାଇନ୍ ପଞ୍ଜିକରଣର ପ୍ରକ୍ରିୟା ଏବଂ କିଭଳି କରିବେ ସେ ସମସ୍ତ ଦିଗ ପ୍ରତି ଅବଗତ କରାଇଥିଲେ । ୨୦୨୨-୨୩ ଖରିଫ୍ ଧାନ ସଂଗ୍ରହ ସକାଶେ ପଞ୍ଜିକରେ ନୂତନତ୍ବ ରହିଛି । ଚାଷୀ ପଞ୍ଜିକରଣ ଫର୍ମରେ ଥିବା ନୂଆ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ଓ ଅନ୍ ଲାଇନ୍ କରିବାର ପଦ୍ଧତି, ପଞ୍ଜିକରଣର ସମସ୍ତ ସରଣୀ, ସୋସାଇଟିର ଦାୟୀତ୍ବ ସମ୍ପର୍କରେ ବୁଝାଯାଇଛି । ଚଳିତ ଖରିଫ୍ ଋତୁରେ ନୂତନ ଭାବରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯିବ ଅର୍ଥାତ୍ କୌଣସି ଚାଷୀଙ୍କ ନବୀକରଣ କରାଯିବ ନାହିଁ । ଚାଷୀ ମାନଙ୍କ ମୋବାଇଲ୍ ନମ୍ବରକୁ ଓ.ଟି.ପି. ଆସିବ । ସେହି ଓ.ଟି.ପି. ମାଧ୍ୟମରେ ସଠିକତା ଯାଂଚ୍ କରାଯିବ । ପଞ୍ଜିକରଣ ଫର୍ମଟି ସୋସାଇଟିରେ ଚାଷୀ ଦାଖଲ କରିବା ସମୟରେ ସୋସାଇଟି ସଂପାଦକ ବା ଡି.ଇ.ଓ. ଚାଷୀଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ୍ ନମ୍ବର ଓ.ଟି.ପି. ମାଧ୍ୟମରେ ସଠିକତା ଯାଂଚ୍ କରାଯିବ । ଶତ ପ୍ରତିଶତ ଚାଷ ହୋଇଥିବା ଜମିର ଯାଂଚ୍ କ୍ଷେତ୍ର ସ୍ତରୀୟ ତଦନ୍ତ

LEAVE A REPLY

Please enter your comment!
Please enter your name here