ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

0
227

ଭଞ୍ଜନଗର:ଭଞ୍ଜନଗର ସମ୍ବାଦ ସାହତ୍ୟ ଘର ତରଫରୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ା ଏଥିରେ ସଭାପତି କୃତିବାସ ବିଶ୍ବାଳ,ଉପସଭାପତି ନେତାଜୀ ବିଷୋୟୀ,ଦୁଇ ଉପଦେଷ୍ଟା ଶୂଳପାଣୀ ଶତପଥୀ ଓ ମନୁନନ୍ଦ ପତି,ସଂପାଦକ ସନ୍ତୋଷ ଜେନା,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ଦୁଇ ସାଂସ୍କୃତିକ ସଂପାଦିକା ରୀତାରାଣୀ ମହାପାତ୍ର ଓ ଜୋତ୍ସା ଦେବୀ,ସଙ୍ଗଠନ ସଂପାଦକ ବିଶ୍ବମ୍ବର ଜେନା ପ୍ରମୁଖ ମେହେର ସାହିତ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ସଦସ୍ୟା ଡକ୍ଟର ନଳିନୀ ପ୍ରଭା ଦାସ “ଅମ୍ଳାନ ପ୍ରତିଭା ଗଙ୍ଗାଧର ” ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ ା ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଜଗବନ୍ଧୁ ଜେନା,ସୁରେଶ ଚନ୍ଦ୍ର ସ୍ବାଇଁ,ସନ୍ତୋଷ ତିଆଡି,ଡାକ୍ତର ସିମାଞ୍ଚଳ ପତି,ଡାକ୍ତର ଗାୟତ୍ରୀ ସାହୁ,ସୁଜାତା ସିଂ,ରବିନାରାୟଣ ମହାନ୍ତି,ଶଙ୍କର୍ଷଣ ତ୍ରିପାଠୀ, ସୁବାଷ ଚନ୍ଦ୍ର ତାରିଣୀ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ମେହେର ସାହିତ୍ୟ ର ବିଭିନ୍ନ ଦିଗକୁ ବିଶ୍ଳେଷଣ କରିଥିଲେ ା ପବିତ୍ର ରକ୍ଷା ବନ୍ଧନ ପର୍ବ ହୋଇଥିବାରୁ ଅନୁଷ୍ଠାନର ସଦସ୍ୟା ଭଉଣୀ ମାନେ ସଦସ୍ୟ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇଥିଲେ ା ପରେ ବୃକ୍ଷମାନଙ୍କୁ ମଧ୍ୟ ରକ୍ଷା ବନ୍ଧନ କରାଯାଇଥିଲା ା ଶେଷରେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here