ନିଆରା ରକ୍ଷା ବନ୍ଧନ; ଗଛ କୁ ବାନ୍ଧିଲେ ରାକ୍ଷୀ

0
319

ଭଞ୍ଜନଗର:ରାକ୍ଷୀ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଭଉଣୀ ମାନେ ନିଜ ଭାଇର ହାତରେ ସମ୍ପର୍କର ଡୋରୀ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ଅନ୍ୟ କିଛି ସ୍ଥାନରେ ମଧ୍ୟ ନିଆରା ରାକ୍ଷୀ ପାଳନ ଦେଖିବାକୁ ମିଳିଛି । ସେହିପରି ଜଗନ୍ନାଥପ୍ରସାଦ ବ୍ଲକ ବଣିଆପଲ୍ଲୀରେ ମଧ୍ୟ ନିଆରା ରାକ୍ଷୀ ପାଳନ କରିଥିବା ଦେଖିବାକୁ ମିଳିଛି । ଗାଁ ର ଲୋକମାନେ ନିକଟ ଜଙ୍ଗଲ କୁ ଯାଇ ଶାଳ ଗଛକୁ ରାକ୍ଷୀ ବାନ୍ଧି ମଣିଷ ସମାଜକୁ ରକ୍ଷା କରିବାକୁ ପ୍ରାଥନା କରିଛନ୍ତି । ବୃକ୍ଷ ଆମକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବା ସହ ତା ଜୀବନ କାଳରେ ଆମକୁ ଛାଇ , କାଠ, ପତ୍ର ସହ ବିଭିର୍ଣ୍ଣ ଔଷଧ ପ୍ରଦାନ କରିଥାଏ । ଏହାରି ବିନା ଜୀବଜଗତ ବଞ୍ଚିବା ଅସମ୍ଭବ ଏଣୁ ବୃକ୍ଷ କୁ ରକ୍ଷାକର୍ତ୍ତା ବିଚାର କରି ରାକ୍ଷୀ ବାନ୍ଧିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବଣିଆପଲ୍ଲୀରେ ବନ ସୁରକ୍ଷା ସମିତି ଥିବା ବେଳେ ପ୍ରତିମୁହୂର୍ତରେ ଜଙ୍ଗଲର ସୁରକ୍ଷା ଚିନ୍ତା କରାଯିବା ସହ ବଣରୁ ବନ୍ୟ ଜନ୍ତୁ ଶିକାର କିମ୍ବା ଗଛ କାଟିବା ଭଳି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଇ ନଥାଏ । ପ୍ରତିବର୍ଷ ଗାଁ ର ମହିଳା ପୁରୁଷ ଜଙ୍ଗଲକୁ ଏହିଦିନରେ ଆସି ରକ୍ଷାବନ୍ଧା କାର୍ଯ୍ୟକ୍ରମ କରିଥିବା ବନବିଭାଗ ର ଫରେଷ୍ଟର ବାବୁଲ ସେଠି ଓ ବନପାଳ ବିନୋଦ ପାତ୍ର ପ୍ରକାଶ କରିଛନ୍ତି। ସେମାନେ ମଧ୍ୟ ଉପସ୍ଥିତ ରହି ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିଲେ । ଗଛ ଗୁଡିକୁ ପୂଜା କରିବା ସହ ହୁଳହୁଳି ହରିବୋଲ ଦେଇ ଗ୍ରାମର ମହିଳା ମାନେ ରାକ୍ଷୀ ବାନ୍ଧି ଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here