ବର୍ଷା ହେଲେ କାଦୁଅ ରେ କାଦୁଅ ରେ ପଚପଚ ହେଇ ପଡୁଛି ରାସ୍ତା

0
354

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଞ୍ଚାୟତ ସଦର ମହକୁମା ରାସ୍ତା ରେ ବର୍ଷା ହେଲେ କାଦୁଅ ରେ ପଚପଚ ହୋଇପଡୁଛି ।ଏହି ପଞ୍ଚାୟତ ର ୨ଏବଂ ୩ନମ୍ବର ୱାଡ଼ ମଧ୍ୟରେ ଥିବା ମୂଲିଆ ସହି ଏବଂ ବେପାରୀ ସହି ରେ ପ୍ରାୟ ଅଢେଇ ଶହ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି ।ତେନ୍ତୁଳିଖୁଣ୍ଟି ସଦର ମହକୁମା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ ସାହି ପର୍ଯ୍ୟନ୍ତ ଯାଇଥିବା ମାଟି ରାସ୍ତା ଅଳ୍ପ ବର୍ଷା ହେଲେ ଯେମିତି ହେଉଛି ସେ ଦିଗରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ର ଦୃଷ୍ଟି ନପଡିବା ଦୁର୍ଭାଗ୍ୟଜନକ ।ସରକାର ଙ୍କ ପକ୍ଷରୁ ଆଦିବାସୀ ଅଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ।ତେବେ ଉନୟନ ମୁଳକ କାର୍ଯ୍ୟ ବୁଝୁଥିବା ସରକାରୀ ବାବୁ ମାନଙ୍କ ଖମୀଖିଆଲି ଜଗୁ ସାଧାରଣ ଲୋକେ ମୌଳିକ ସୁବିଧା ପରିବର୍ତ୍ତେ ବିକାଶ ଅପହଞ୍ଚ ହୋଇପଡିଛି ।ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା ରୋଗି ଯିଏ ବି ଜରୁରୀ କାର୍ଯ୍ୟରେ ବାହାରିବେ ତେବେ କାଦୁଅ ପଚ ପଚ ରାସ୍ତା ଦେଇ ଯିବାକୁ ପଡୁଛି ।ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ତ ଦୂର କଥା ସାମାନ୍ୟ ଦୁଇଚକିଆ ଯାନ ଯାଇପାରୁନାହିଁ ।ସରକାର ଙ୍କ ଆମ ଗାଁ ଆମ ବିକାଶ ଯୋଜନା ଏଠି ଫେଲ ମାରିଥିବା ଦେଖିବାକୁ ମିଳିଛି ।ଏହି ରାସ୍ତା ଅବସ୍ଥା କୁ ନେଇ ଅସନ୍ତୋଷ ର ବାତାବରଣ ସୃଷ୍ଟି ହେଉଛି ।ଆଗକୁ ନିର୍ବାଚନ ଥିବାରୁ ଏହାହିଁ ସଠିକ ସମୟ ଆସନ୍ତା ସମୟ ମଧ୍ୟରେ ରାସ୍ତା ସଜଡ଼ା ନଗଲେ ନିର୍ବାଚନ ରେ ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛନ୍ତି ଅଞ୍ଚଳ ବାସୀ ।ଏନେଇ ଗୋଷ୍ଟି ଉନୟନ ଅଧିକାରୀ ଙ୍କୁ ପଚାରିବାରୁ ସଜଡ଼ାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here