ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ଜେ ଏମ୍ ସି ଠିକା ସଂସ୍ଥା ର ମନମୂଖୀ କାର୍ଯ୍ୟ

0
325

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଂଗପଦର ଗ୍ରାମପଞ୍ଚାୟତ ର ପାଇକ ବାରଂଗପଦର ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ଜେ ଏମ ସି ଠିକା ସଂସ୍ଥା ର ମନମୁଖୀ କାର୍ଯ୍ୟ ହେତୁ ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ରେ ଜଳ ଯୋଗାଣ ବ୍ୟାହତ ହୋଇଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଏଠି ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି ।କିଛି ଦିନ ତଳେ ସଂସ୍ଥା ମନଇଚ୍ଛା ଭାବରେ ରାସ୍ତା ଖୋଳି କେବଳ ମାଟି ଘୋଡାଇ ଛାଡି ଦେଇଥିଲା ତାହା ଏବେ ଦବିଯିବା ସହ ମରଣ ଯନ୍ତା ପଲଟିଲାଣି ।ସେଥିପ୍ରତି ସଂସ୍ଥା ର ନଜର ନାହିଁ ।ପାଇକ ବରଙ୍ଗ ପଦର ଗ୍ରାମର ମଣ୍ଡପ ନିକଟରେ ସଂସ୍ଥା ପାଇପ ବିଛାଇବା କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବସୁଧା ଯୋଜନା ପାଇପ କୁ ଖୋଲି ଦେଇଥିଲା ସଂସ୍ଥା କିନ୍ତୁ ଖୋଳି ଥିବା ପାଇପ କୁ ସଜାଡ଼ିବା ଭୁଲିଗଲା ଯାହା ଫଳରେ ବସୁଧା ଯୋଜନା ପାଣି ଚାଲିଲେ ରାସ୍ତା ଉପରକୁ ବାହାରୁଛି ପାଣି ।ପାଇପ ଲାଇନ ଯାଇଥିବା କିଛି ଘରକୁ ଆଉ ପାଣି ଗଲାନାହିଁ ।ଯାହା ଫଳରେ ବୃଦ୍ଧି ପାଉଛି ଅସନ୍ତୋଷ ।ତୁରନ୍ତ ଖୋଳିଥିବା ସମସ୍ଥ ପାଇପ କୁ ସଂଯୋଗ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।ଖାଲି ସେତିକି ନୁହଁ ଏହି ପଂଚାୟତ ଅନ୍ତର୍ଗତ ଖାତିଗୁଡା ବଜାର ଯାହାକି ତେନ୍ତୁଳିଖୁଣ୍ଟି ବ୍ଲକ ର ମୁଖ୍ୟ ବ୍ୟବସାୟିକ ଦପ୍ତର ତଥା ଇନ୍ଦ୍ରାବତୀ ପ୍ରକଳ୍ପ ଅଂଚଳ ଏଠାରେ ସଂସ୍ଥା ପକ୍ଷରୁ ପାଇପ ବିଛା କାର୍ଯ୍ୟ ଚଳୁଥିବା ସମୟରେ ବର୍ଷା ଜଳ ନିଷ୍କାସନ ରେ ବାଧା ସୃଷ୍ଟି କରିଛି ।ପୋଡ଼ାଗଡ଼ ଛକ ନିକଟରେ ପାହାଡ ଉପରୁ ଆସୁଥିବା ପାହାଡ ପାଣି ନିଷ୍କାସନ ପାଇଁ ମୁଖ୍ୟ ରାସ୍ତା ତଳେ ମୋଟା ସିମେଣ୍ଟ କୋଲଭେଟ ପୋତାଯାଇଥିଲା ।କିଛି ଦିନ ତଳେ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ଖୋଳା କୁ ନେଇ ଅସନ୍ତୋଷ ଦେଖାଦେଇଥିଲା ସେହି ସମୟରେ ସଂସ୍ଥା ସେହି କଲଭେଟ ରେ ମାଟିପକାଇ ପୋତି ଦେଇଥିଲା ।ଯାହା ଫଳରେ ଆଉ ବର୍ଷା ପାଣି ନିଷ୍କାସିତ ହୋଇପାରିଲନାହିଁ । ଯାହା ଫଳରେ ଅପର ପାର୍ଶ୍ଵ ରେ ପାଣି ଜମି ରହିବା ସହ ରାସ୍ତା ଉପରେ ଚାଲୁଛି।ଜମିଥିବା ପାଣି ମଶା ବାହକ ତଥା ମଶା ଙ୍କ ବାସସ୍ଥାନ ପାଲଟିଛି ।ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ତୁରନ୍ତ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here