ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ନିଆରା କାର୍ଯ୍ୟ ଶୈଳୀ

0
292

ନବରଙ୍ଗପୁର(କ୍ରିଷ୍ଣା ସାହୁ) ଡାକ୍ତର ଖାନା ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ସେବା ର ଅବଦାନ ଅତୁଳନୀୟ. କରନା ମହାମାରୀ ରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଅବଦାନ କିଏ ବା ନ ଜାଣେ. ତେବେ ଇତି ମଧ୍ୟରେ ନିଜର କର୍ମକ୍ଷେତ୍ର ରୁ ଅଳ୍ପ ସମୟ ବାହାର କରି ପରିବେଶ କୁ ସଫା କରି ପ୍ରଶଂସା ର ସୁଅ ସାଉଁଟିଛନ୍ତି ସ୍ୱାସ୍ଥ୍ୟ କର୍ମୀ.
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ପୂଜାରୀଗୁଡା ଡାକ୍ତର ଖାନା ର ସ୍ୱାସ୍ଥ୍ୟ କର୍ମୀ ମାନେ ନିଜର ରୋଗୀ ସେବା କର୍ମ କ୍ଷେତ୍ର ରୁ ଅଳ୍ପ ସମୟ ବାହାର କରି ନିଜ ଡାକ୍ତର ଖାନା ନିକଟସ୍ଥ ଭସ୍କେଲ ଡେମ ର ପରିବେଶ କୁ କରିଛନ୍ତି ସଫାସୁତୁରା. ଭସ୍କେଲ ଡେମ ଏକ ପିକନିକ ପ୍ଲେସ ହୋଇଥିବାରୁ ଡିସେମ୍ବର ଓ ଜାନୁଆରୀ ମାସ ରେ ହଜାର ହଜାର ଲୋକ ଏଠାକୁ ନୂତନବର୍ଷ ର ଅଭିନନ୍ଦନ ଜଣାଇ ଭୋଜି ଭାତ କରିବ କୁ ଆସିଥିଲେ. ଯାହାଫଳରେ ସେଠାକାର ପରିବେଶ ଅଳିଆ ଆବର୍ଜନା ରେ ଅପରିଷ୍କାର ହୋଇ ପଡିରହିଥିଲା. ମେଡିକାଲ ସୁପେରିଟେଣ୍ଡେଣ୍ଟ ଡାକ୍ତର ଶ୍ରୀ ଅଭୟ କୁମାର ଦେୟ ଏବଂ ମେଡିକାଲ ବିପିଏମ ଶ୍ରୀ ଜଗନ୍ନାଥ ମିଶ୍ର ଙ୍କର ତତ୍ୱବାଧାନ ରେ ପୂଜାରୀଗୁଡା ର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଡାକ୍ତର ଠାରୁ ସଫେଇକର୍ମୀ ପର୍ଯ୍ୟନ୍ତ ଭସ୍କେଲ ଡେମ ରେ ପଡିଥିବା ଅଳିଆ ଆବର୍ଜନା କୁ ସଫା କରିଥିଲେ. ତେବେ ପୂର୍ବରୁ ସ୍ୱାସ୍ଥ୍ୟ କର୍ମୀ ମାନେ ନିଜ ଡାକ୍ତର ଖାନା ର ପରିବେଶ ର ସଫାସୁତୁରା କୁ ନେଇ ଚର୍ଚ୍ଚା ରେ ଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀମାନ ଙ୍କ ଏଭଳି କାର୍ଯ୍ୟ କୁ ଦେଖି ଜନସାଧାରଣ ଏବଂ ଉମରକୋଟ ବାସୀ ପ୍ରଶଂସା କରିଥିଲେ. ନିଜ ଅଞ୍ଚଳ କୁ ସଫାସୁତୁରା ରଖିବା ପାଇଁ ଜନସାଧାରଣ ରେ ଏକ ଉଦାହରଣ ପାଲଟିଛନ୍ତି।

LEAVE A REPLY

Please enter your comment!
Please enter your name here