ଲୁଗା ଦୋକାନ ଲୁଟ ଘଟଣାରେ ପାଞ୍ଚ ଗିରଫ

0
321

କବିସୂର୍ଯ୍ୟନଗର(ନିୟୁଜ ଏକ୍ସଟ୍ରା) କବିସୂର୍ଯ୍ଯନଗର ଥାନା ଅଧୀନ ଭେଙ୍କେଟେଶ୍ବର ସାହି ସ୍ଥିତ ଆଲାଡୁ ଲୁଗା ଦୋକାନରେ ଗତ ସେପ୍ଟେମ୍ବର ୨୦ ତାରିଖରେ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ କବିସୂର୍ଯ୍ଯ ନଗର ଅଞ୍ଚଳରେ ଏହି ଲୁଟ ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଏ ନେଇ ଲୁଗା ବ୍ଯବସାୟୀ ଏ.ନାଗେଶ୍ବର ପାତ୍ର ସେପ୍ଟେମ୍ବର ୨୧ ତାରିଖରେ କବିସୂର୍ଯ୍ୟ ନଗର ଥାନାରେ ଏତଲା ଦେଇଥିଲେ ।ପୋଲିସ କେଶ ନମ୍ବର ୨୬୧/୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରୀରଖିଥିଲା।ଶେଷରେ ଏହି ଲୁଟ୍ ଘଟଣାରେ ସଂପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। । ସେମାନଙ୍କ ଠାରୁ ଦୁଇଟି ଖଣ୍ଡା ,୪ଟି ମୋବାଇଲ୍,୩୨ହଜାର ଟଙ୍କା ଏବଂ ୪ଟି ମୋଟରସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବା ନେଇ ଏସଡିପିଓ ସୀମା ସ୍ବାଇଁ ଓ ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here