ଗଣଶିକ୍ଷା ମନ୍ତ୍ରୀ’ଙ୍କ ଦ୍ଵାରା ଜିଲ୍ଲା ଶିକ୍ଷା ବିଭାଗ’ର ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ’ର ଅଗ୍ରଗତି ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ସମ୍ଭର୍ଦ୍ଧନା

0
283

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାର’ଙ୍କ ଅନୁଦାନ’ରେ ଚାଲିଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ’ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।
ଏଥିସହିତ ଗତ ଦଶମ ଶ୍ରେଣୀ ଓ ସିବିଏସ ସି ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ’ଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ।
ଏହି କାର୍ଯ୍ୟକ୍ରମ’ରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାସ ଅଧ୍ୟକ୍ଷତା କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କ’ରେ ଚାଲିଥିବା ସରକାର’ଙ୍କ ମଧ୍ୟାହ୍ନ ଭୋଜନ , ଛାତ୍ରବାସ ବ୍ୟବସ୍ଥା , ପିଲାଙ୍କ ବହି ଓ ପୋଷାକ ଯୋଗାଣ , ଭୋକେସନଲ ଶିକ୍ଷା ସ୍କଲାରସିପ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କ’ରେ ଉପସ୍ଥିତ ସମସ୍ତ’ଙ୍କ ସହ ବିଷାଦ ଭାବେ ଆଲୋଚନା କରି ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ସମୀକ୍ଷା କରିବା ପରେ ସମସ୍ତ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ଆଗେଇ ଚାଲିଛି ବୋଲି ପ୍ରକାଶ କରିଥିଲେ ।
ଏଥିସହିତ ଏହି ସମୀକ୍ଷା ବୈଠକ’ରେ ଆଦର୍ଶ ବିଦ୍ୟାଳୟ ସମସ୍ୟା , ସ୍କୁଲ କେନ୍ଦ୍ର ଏକ୍ସସଲେନନ୍ସି , ଶିକ୍ଷକ ମାନଙ୍କ ପଦୋନ୍ନତି , ମୋ ସ୍କୁଲ କାର୍ଯ୍ୟକ୍ରମ , ବିଇଓ ମାନଙ୍କ ସମସ୍ୟା ପ୍ରଭୃତି ଉପରେ ଆଲୋଚନା ଓ ସମୀକ୍ଷା କରିଥିଲେ ।
ଏହା ବ୍ୟତୀତ , କୋରନା ସମୟରେ ପିଲାଙ୍କ ଅନଲାଇନ ପାଠପଢ଼ା ସମୟରେ ଆମେ ସମସ୍ତଙ୍କ ଠାରେ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପହଞ୍ଚି ପାରିଲୁନି । ଅଗମ୍ୟ ପାହାଡିଆ ଅଞ୍ଚଳ ଯେଉଁଠାରେ ମୋବାଇଲ ନେଟୱର୍କ ଠିକ ଭାବେ ପହଞ୍ଚିପାରୁନି ସେଠାକୁ ନେଟୱର୍କ ସୁବିଧା ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ , କେନ୍ଦ୍ର ସରକାରଙ୍କୁ ବହୁବାର ଜଣାଇଛୁ , ଆମେ ମଧ୍ୟ ଆଶା ରଖିଛୁ ଯେ , ଏହି ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି କହିଥିଲେ ।
ଏହି ଅବସରରେ ଗତ ଓଡିଶା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-ୱାନ ରଖି ଜିଲ୍ଲାରେ ଶ୍ରେଷ୍ଠ କୃତିତ୍ୱ ରଖିଥିବା ୪ ଜଣ ଛାତ୍ରଛାତ୍ରୀ’ଙ୍କୁ ଏବଂ କେନ୍ଦ୍ର’ର ସିବିଏସଇ ଦ୍ୱାରା ପରିଚାଳିତ ଏକାଦଶ ପରୀକ୍ଷାରେ ଜିଲ୍ଲାର ଜେଏନୟୁ , କେଭି , ସେଞ୍ଚୁରିଅନ ଓ ଓଡିଶା ଆଦର୍ଶ ବିଦ୍ୟାଳୟ’ର ଜିଲ୍ଲାର ୧୧ ଜଣ ଛାତ୍ରଛାତ୍ରି’ଙ୍କୁ ମନ୍ତ୍ରୀ ଶ୍ରୀ ଦାସ , ମାନପତ୍ର , ମୋବାଇଲ ଓ ପୁରସ୍କାର ଦେଇ ସମ୍ଭର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା’ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଏଡିଇଓ: ଶ୍ରୀ ମନୋଜ ରଞ୍ଜନ ଦଳେଇ ,ଡାଏଟ ଗୁରୁ ତାଲିମ ପ୍ରତିଷ୍ଠାନ’ର ଅଧ୍ୟକ୍ଷା ଶ୍ରୀମତୀ ଅପନ୍ନା ମିଶ୍ର , ଏମଆରବି: ହାଇସ୍କୁଲ’ର ପ୍ରଧାନଶିକ୍ଷକ ଡ଼ଃ ବୃଷକେତୁ ଦାସ , ସମସ୍ତ ବ୍ଲକ’ର ବିଇଓ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ଡିଏସଓ: ଶ୍ରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟନାୟକ’ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଦୀପିସି କାର୍ଯ୍ୟାଳୟ’ର ଅଧିକାରୀ ଓ କର୍ମଚାରି ମାନେ ଉପସ୍ଥିତ ରହି ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here