ବେନ୍ଦାଳିଆ ପଲ୍ଲୀ ପାଠାଗାର ଠାରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

0
274

ବ୍ରହ୍ମପୁର:ଆଜି ପୂର୍ବାହ୍ନ ୮ଘଣ୍ଟା ସମୟରେ କୁକୁଡାଖଣ୍ଡି ବ୍ଲକ, ଲାଠି ପଂଚାୟତ ବେନ୍ଦାଳିଆ ଗ୍ରାମସ୍ଥ ଶତାୟୁ ପଲ୍ଲୀ ପାଠାଗାର ଠାରେ ଗ୍ରାମର ଛାତ୍ର ଛାତ୍ରୀ, ଉତ୍ସାହୀ ଯୁବକ ବୃନ୍ଦ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ୭୫ତମ ସ୍ୱାଧୀନତା ଦିବସ କରୋନା କଟକଣାକୁ ପାଳନ କରି ଆୟୋଜିତ ହୋଇଥିଲା।ଉକ୍ତ ସମାରୋହରେ ପାଠାଗାର ସମ୍ପାଦକ ତଥା ଶିକ୍ଷାବିତ ଚନ୍ଦ୍ରଧ୍ଵଜ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅଞ୍ଚଳର ବିଶିଷ୍ଟ ଯୁବ ନେତା ଯତୀନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ନରସିଂହ ପାଢ଼ୀ, ପାଠାଗାର ପାରିଚାଳକ କୁମୁଦ ରଞ୍ଜନ ସାହୁ ଉତ୍ସାହୀ ଯୁବବୃନ୍ଦ କମଳ ଲୋଚନ ପାଢ଼ୀ, ଆଶିଷ ପାଢ଼ୀ,ସୁନୀଲ ସାହୁ,ଦୀପକ ସାହୁ,ସତ୍ୟନାରାୟଣ ସାହୁ,ବଳରାମ ସାହୁ, ମୁନା ସାହୁ, ବିଭୁତି ପାଢ଼ୀ, ଜଗନ୍ନାଥ ପାତ୍ର ପ୍ରମୁଖ ଯୋଗଦାନ କରି ଏହି ମହାନ ଜାତୀୟ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here