ଆହତ ଗାଈର ଚିକିତ୍ସା କଲେ ପଶୁପ୍ରେମୀ ଲଲାଟେନ୍ଦୁ

0
276

ବ୍ରହ୍ମପୁର: ଗୋରୁଗାଈଙ୍କ ସେବାରେ ନିୟୋଜିତ ଥିବା ପଶୁ ପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ଆଜି ପୁଣି ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିବା ଗାଈକୁ ସେବା ଯୋଗାଇ ପ୍ରଶଂସାର ପାତ୍ର ସାଉଁଟିଛନ୍ତି । ଗାନ୍ଧୀନଗର ନବମ ଗଳିରେ ଏକ ଗାଈ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ବରିଷ୍ଟ ଆଇନଜୀବୀ ଭଗବାନ ସାହୁ ସାମ୍ବାଦିକ ଚିରଞ୍ଜିବୀ ରାଜଗୁରୁଙ୍କୁ ଖବର ଦେଇଥିଲେ । ଏହାକୁ ନେଇ ଶ୍ରୀରାଜଗୁରୁ ଗୋରୁଗାଈ ସେବାରେ ନିୟୋଜିତ ଥିବା ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଜଣାଇଥିଲେ । ଶ୍ରୀ ଚୌଧୁରୀ ଏହାକୁ ଅତି ଗୁରୁତ୍ୱର ଭାବେ ନେଇ ଘଟଣା ସ୍ଥଳେ ପହଞ୍ଚି ତୁରନ୍ତ ପଶୁ ଚିକିତ୍ସାଳୟକୁ ଅବଗତ କରାଇଥିଲେ। ଡାକ୍ତର ସୌମିକ୍ ସ୍ବାଇ, କର୍ମଚାରୀ ସାଇରାମ ରେଡ୍ଡୀ, ପ୍ରଣୟ ରେଡ୍ଡୀ ଓ ଶଙ୍କର ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଗାଈର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ସମୟରେ ସ୍ଵେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଗଣେଶ ନାୟକ, ଆଇନଜୀବୀ ଭଗବାନ ସାହୁଙ୍କ ସମେତ ଅଞ୍ଚଳବାସୀ ଆହତ ଗାଈର ଚିକିତ୍ସାରେ ସହୟତା କରିଥିଲେ। ବର୍ତମାନର କରୋନା ପରିସ୍ଥିତିରେ ଲୋକେ ଘରୁ ଭାରୁନଥିବା ବେଳେ ଲଲାଟେନ୍ଦୁଙ୍କ ଏଭଳି ସେବା ଓ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ଉତ୍ତମ ଚିକିତ୍ସା ପାଇଁ ଉକ୍ତ ଅଞ୍ଚଳର ବାସିନ୍ଦା ଧନ୍ୟବାଦ୍ ଦେବା ସହ ଏଭଳି ମହତ୍ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସା କରିଥିଲେ ।

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here