ସାର ନ ମିଳିବାରୁ ନବରଙ୍ଗପୁର ସହରର ରାଜରାସ୍ତାକୁ ଅବରୋଧ କଲେ ଚାଷୀ

0
312

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାରେ ଲାଗି ରହିଛି ରାସାୟନିକ ସାରର ଅଭାବ ଏଣୁ ଜିଲ୍ଲାରେ ଚାଷୀ ଏବେ ଚାଷ | ଜମି ଛାଡି ସାର ଯୋଗାଇ ଦେବା ଦାବିରେ ରାଜରାସ୍ତାରେ । ଠିକ ସମୟରେ ଧାନ । | କ୍ଷେତରେ ସାର ନଦେଲେ ଧାନ ନ ବଢ଼ିବା ସହିତ ଭଲ ଅମଳ ମଧ୍ୟ ହେବ ନାହିଁ | ଧାନ , ଯାହା ଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡିବ । ସାର ବିଷୟ ନେଇ । ପ୍ରଶାସନ କିମ୍ବା ଜନ ପ୍ରତିନିଧୁମାନଙ୍କର ଚାଷିକୂଳ ପ୍ରତି ଦରଦ ନାହିଁ ବୋଲି ଅଭିଯୋଗ | ଆଣିଛନ୍ତି ଚାଷୀମାନେ । ଶେଷରେ ଶୁକ୍ରବାର ଦିବା ୧ ଘଣ୍ଟା ସମୟରେ ନବରଙ୍ଗପୁର | ଓ ନନ୍ଦାହାଣ୍ଡି ବ୍ଲକର ଶହ ଶହ ଚାଷୀ ନବରଙ୍ଗପୁର ସହରର ଗାନ୍ଧୀ ଛକ ଠାରେ । | ରାଜରାସ୍ତାକୁ ଅବରୋଧ କରିବା ସହ ଧାରଣା ରେ ବସିଥିଲେ । କଂଗ୍ରେସ ନେତା । ବୃନ୍ଦାବନ ତ୍ରିପାଠୀ , ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋ ? ରୀ ଶଙ୍କର । ମାଝି , ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ , ବିଜେପି କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ପ୍ରମୁଖ ଚାଷୀଙ୍କ ରାସ୍ତା ଅବରୋଧ କୁ ସମର୍ଥନ ଜଣାଇ ରାସ୍ତାରେ ଧାରଣାରେ ବସିରହିଥିଲେ । ଶେଷରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ସେଠାରେ ପହଂଚି ଚାଷୀମାନଙ୍କୁ ଆସନ୍ତା କାଲି ସୁଦ୍ଧା ସାର ଯୋଗାଇ | ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସମସ୍ତ ଚାଷୀ ମାନେ ଦୀର୍ଘ ୩ଘଣ୍ଟା ପରେ ରାସ୍ତା ଅବରୋଧ ଓ ଧାରଣା ରୁ ଉଠିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ସହ ନବରଙ୍ଗପୁର | ଉପଜିଲ୍ଲାପାଳ , ତହସିଲଦାର ଓ ପୋଲିସ ବାହିନୀ ଉପସ୍ଥିତ ଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here