ଜଗଦଳପୁର ଗ୍ରାମରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

0
260

ବ୍ରହ୍ମପୁର:ଆଜି ପୂର୍ବାହ୍ନ ୮ଘଣ୍ଟା ସମୟରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜଗଦଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଧୋବା ସାହି ପ୍ରାଥମିକ ବିଦ୍ୟାଳୟ ଏବଂ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଠାରେ ଏହି ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଉତ୍ସାହୀ ଯୁବକ ବୃନ୍ଦ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ କରୋନା କଟକଣା କୁ ଦୃଷ୍ଟିରେ ରଖି ୭୫ତମ ସ୍ୱାଧୀନତା ଦିବସ ଆୟୋଜିତ ହୋଇଯାଇଛି।ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ସରପଞ୍ଚ ହାଡୁବନ୍ଧୁ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଜଗଦଳପୁର ଗ୍ରାମର ଯୁବ ସମାଜସେବୀ କେ.ତ୍ରିନାଥ ପାତ୍ର(ବାବୁଲା),ସମିତି ସଭ୍ୟ ବି. ରବୀନ୍ଦ୍ର ପାତ୍ର,ସିହେଚ୍ ରାମେୟା ପାତ୍ର, ସୁଦର୍ଶନ ପାଢ଼ୀ,ବଂଶୀଧର ପାତ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।ସେହିଭଳି ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ସୁବୁଦ୍ଧି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସୁନିତା ପ୍ରଧାନ,ବରିଷ୍ଠ ଶିକ୍ଷାବିତ ବି.ଧୁଖିଶ୍ୟାମ ପାତ୍ର,ଫାର୍ମାସିଷ୍ଟ ହେମନ୍ତ କୁମାର ପାତ୍ର,ଦୀପ୍ତିମୟୀ ପାତ୍ର,ଏଏନ୍ଏମ୍ ଗୀତରାଣୀ ସାହୁଙ୍କ ସମେତ ସନ୍ତୋଷ କୁମାର, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।ସେହିଭଳି ଜଗଦଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଧୋବା ସାହି ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।ପରିଶେଷରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ।ଏହି ମହାନ ଜାତୀୟ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here