କୁକୁଡ଼ାଖଣ୍ଡି ବ୍ଳକରେ ପିତାମାତା ବିହୀନ ଶିଶୁଙ୍କ ନିମନ୍ତେ ବାଚସ୍ପତିଙ୍କ ଦ୍ଵାରା ରାସନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

0
289

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ଥିବା ସଭାସମିତି ଗୃହରେ ଶୁକ୍ରବାର ଦିନ ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅରୁଣା” ତରଫରୁ କୁକୁଡ଼ାଖଣ୍ଡି ବ୍ଳକର ବିଭିନ୍ନ ପଞ୍ଚାୟତ ରେ ରହୁଥିବା ୮୩ ଜଣ ପିତାମାତା ବିହୀନ ଶିଶୁଙ୍କୁ ଶୁଖିଲା ରାସନ ସାମଗ୍ରୀ ବାସ୍କେଟ ବଣ୍ଟନ କରାଯାଇଥିଲା।ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାସନ ବାସ୍କେଟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ,ଯେଉଁ ଶିଶୁମାନେ ନିଜର ପିତା ମାତାଙ୍କୁ ହରାଇଛନ୍ତି ସେମାନଙ୍କୁ “ଅରୁଣା” ଅନୁଷ୍ଠାନ ଦେବଦୂତ ସାଜି ସହାୟତାର ହାତ ବଢାଇଥିବାରୁ ଢେର ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର,ସିଡିପିଓ କୁସୁମ କୁମାରୀ ସାହୁ,ଅରୁଣାର ସମ୍ପାଦିକା ସୌଦାମିନୀ ରଥ,ଜିଲ୍ଲା ସଭାନେତ୍ରୀ ଏମ୍.ସୁଜାତା ପାତ୍ର,ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ସୁସ୍ମିତା ଭୋଇ, ମାର୍କଣ୍ଡ ମିଶ୍ର, ପ୍ରଶାନ୍ତ ସ୍ବାଇଁ, ମନୋଜ ବେହେରା ପରିଚାଳନା କରିଥିଲେ।ବାଚସ୍ପତିଙ୍କ ଗସ୍ତ ସମୟରେ କୁକୁଡ଼ାଖଣ୍ଡି ବ୍ଲକର ଯୁବ ସଭାପତି ସଞ୍ଜୟ କୁମାର ସାହୁ, ଛାତ୍ର ସଭାପତି ରାଧା ମୋହନ ସେଠୀ,ଲିଙ୍ଗରାଜ ପାଢ଼ୀ,ବିକାଶ ପଣ୍ଡା,ସନ୍ତୋଷ ପ୍ରଧାନ, ଅଜୟ ପ୍ରଧାନ,ଶିବ ଶଙ୍କର ସାହୁ,ରବୀନ୍ଦ୍ର କୁମାର ମହାରଣା,ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର,ଉମା ଶଙ୍କର ସାମଲ, ପ୍ରଶାନ୍ତ କୁମାର ସ୍ୱାଇଁ,ଅଦଲ ଚେନେୟା,ରଙ୍କନିଧି ପଣ୍ଡା,ବଶିଷ୍ଠ ଜେନା, ବସନ୍ତ ସ୍ବାଇଁ,କୃଷ୍ଣଚନ୍ଦ୍ର ଗୌଡ଼ ଙ୍କ ସମେତ ଅନ୍ୟ ସରପଞ୍ଚ,ସମିତି ସଭ୍ୟ ଏବଂ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here