ଅବକାରୀ ଓ ପୁଲିସ ର ମିଳିତ ଚଡାଉ , ବାଇକ ସହ ୨ ଗିରଫ

0
357

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ଶୁକ୍ରବାର କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ କୋଷାଗୁମୁଡା ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଘୋଡାଧନୁଆ , ଭଣ୍ଡାରୀଗୁଡା ଓ ଶିରାଗୁଡା ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୧୩୫ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୧ ଶହ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇ ଶିରାଗୁଡା ଗ୍ରାମର ଅର୍ଜୁନ ଭତରା ଙ୍କ ଠାରୁ ୧୦୦ ଲିଟର ଦେଶୀ ମଦ ସହ ଏକ ବାଇକ କୁ ଜବତ କରିଥିବା ବେଳେ ସେହିଗ୍ରାମର ସୁଖରାମ ଭତରା ଙ୍କଠାରୁ ୧୫ ଲିଟର ଦେଶୀ ମଦ ସହ ଗିରଫ କରିଥିବା ଜଣାପଡିଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ପାପଡାହାଣ୍ଡି ଅବକାରୀ ଉପନିରୀକ୍ଷକ ଅମୀୟ ଖଞ୍ଜା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଗକୁଳ ନାୟକ ,ସଦାଶିବ ଭତରା , ରୀନା ବଡ଼ନାୟକ , କୋଷାଗୁମୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ , ଥାନା ଏ ଏସ ଆଇ ବସନ୍ତ କୁମାର ସ୍ୱାଇଁ ଓ ପୁଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here