ଡିଜିଟାଲ୍ ଶିକ୍ଷାଦାନ ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍

0
233

ବେଲଗୁଣ୍ଠା:କୋଭିଡ କଟକଣା ଯୋଗୁଁ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କୁ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବା ପାଇଁ ଗଞ୍ଜାମ ଜିଲ୍ଳାକୁ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି I ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୃତ୍ତିଗତ ଶିକ୍ଷଣ ସମ୍ପ୍ରଦାୟ ମାଧ୍ୟମରେ ସହଯୋଗୀ ଅଧ୍ୟୟନ, ପାରଦର୍ଶିତାର ଆଦାନ ପ୍ରଦାନ ଏବଂ ବୃତ୍ତିଗତ ସଂଳାପ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ସହିତ ଏକ ଶକ୍ତିଶାଳୀ ନେତୃତ୍ୱ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣ ଅଭିବୃଦ୍ଧି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଆଦେଶ ପ୍ରକାରେ ବ୍ଳକ୍ ର ପ୍ରାୟ 400 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗତ ମାସରୁ ଚଳିତ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହ ମଧ୍ୟରେ ଟିଚର୍ସ ୱେଲବିଙ୍ଗ୍ ଏବଂ ହୋମ୍ ବେସଡ୍ ମିନି ପ୍ରୋଜେକ୍ଟ ଉପରେ ତାଲିମ୍ ଗ୍ରହଣ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସମୀର୍ କୁମାର ଜେନା, ଛାୟାକାନ୍ତ ମହାପାତ୍ର,ଅଚ୍ୟୁତ କୁମାର ବ୍ରହ୍ମା, ଗୋପାଳ କୃଷ୍ଣ ତ୍ରିପାଠୀ ଏବଂ ଉର୍ମିଳା ପାଳ ମାଷ୍ଟର୍ ଟ୍ରେନର୍ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି I ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସାଥ୍- ଇ ଟିମ୍ ର ରାଜ୍ୟ ସ୍ତରୀୟ ଅଧିକାରୀ ସନ୍ତୋଷୀ ଭୋପା ଏବଂ ଜିଲ୍ଳା ଶିକ୍ଷାତତ୍ତ୍ୱ ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା ଅନ୍ ଲାଇନ୍ ତଦାରଖ କରିବା ସହିତ ଉପଯୁକ୍ତ ପରାମର୍ଶ ଦେଉଛନ୍ତି I ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକ୍ ର ସିଆରସିସି ମାନେ ସଂଯୋଜନା କରୁ୍ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here