ପେରୁମଞ୍ଜି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୪ ଶୁଭ ଉଦଘାଟନ

0
133

କଳାହାଣ୍ଡି : ଆଜି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପେରୁମଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା :– 2024 ର ଶୁଭ ଉଦଘାଟନ ହୋଇଯାଇଛି । ଆଜି ଦିନଠାରୁ କଳାହାଣ୍ଡି ଉତ୍ସବ ୨୦୨୪ ର ର ଶୁଭାରମ୍ଭ ହୋଇ ଜାନୁଆରୀ ୧୭ ,୨୦୨୪ପର୍ଯ୍ୟନ୍ତ ପଞ୍ଚାୟତ,ବ୍ଲକ,ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ସମାପନ ହେବ ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗ୍ରାମ୍ୟ ଦେବୀ ଧରଣୀ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିବା ମଶାଲକୁ ଗ୍ରହଣ କରି ମଞ୍ଚ ନିକଟରେ ସ୍ଥାପନା କରିଥିଲେ । ପୂର୍ବରୁ କର୍ଲାପାଟ ଡୋକରି ମାଁଙ୍କ ମନ୍ଦିରରୁ ଥୁଆମୂଳ ରାମପୁର ବିଡିଓ ମଶାଲ ଆଣି ଧରଣୀ ମନ୍ଦିରରେ ପୂଜା କରିଥିଲେ । ମଞ୍ଚରେ ଅନ୍ୟତମ ସମ୍ମାନିତ ଅତିଥିରୂପେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ , ବି.ଡି.ଓ ଧ୍ରୁବ ଚରଣ ମୁଦୁଲି , ତହସିଲଦାର କବିରାଜ ପ୍ରଧାନ , ଡି.ଆଇ.ପି. ଆର.ଓ ମନୋଜ ବେହେରା , ପ୍ରଚାର ଓ ବିଜ୍ଞାପନ ସବକମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶାନ୍ତନୁ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସତ୍ୟ ପ୍ରସାଦ ସିଂ , ଜିଲ୍ଲା ପରିଷଦ ସଭ୍ୟ ଟୁନି ଖୋସାଲା , ମାଁ ମାଣିକେଶ୍ବରୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନ୍ନା, ଅଶୋକ ସିଂ , ସଂଜୀବ ସିଂ , ସରପଞ୍ଚ ସଂଘ ଅଧ୍ୟକ୍ଷ,ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଗଣ ଜିଲ୍ଲାର ସଂସ୍କୃତି , ପରମ୍ପରା , ଐତିହ , ଲୋକ ସଙ୍ଗୀତ , ଲୋକନୃତ୍ୟର ପ୍ରଚାର , କଳାକାରମାନଙ୍କ ପ୍ରତିଭା ନିଦର୍ଶନ , ଜିଲ୍ଲାର ବିକାଶ ଓ ସର୍ବୋପରି କଳାହାଣ୍ଡି ଉତ୍ସବ ପରିବେଶକୁ ଗ୍ରାମ , ପଞ୍ଚାୟତ , ବ୍ଲକ ଓ ଜିଲ୍ଲାସ୍ତରରେ ଅଧିକ ସୁନ୍ଦର , ମନୋରମ ଓ ମନୋରଞ୍ଜନର ମାଧ୍ୟମ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।
ଏହି ଅବସରରେ କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞାପନ କମିଟି ଦ୍ଵାରା ପ୍ରସ୍ତୁତ ଓ ଅନୁମୋଦିତ ଲୋଗୋ ଓ ପୋଷ୍ଟର ର ରୂପରେଖର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କରିଥିଲେ । ଉତ୍ସବ ସ୍ଥଳରେ ଉଦ୍ୟାନ ବିଭାଗ , ଅଗ୍ନିଶମ , ପ୍ରାଣୀସମ୍ପଦ , ମିଶନଶକ୍ତି , ସମନ୍ଵିତ ଶିଶୁ ବିକାଶ , କୃଷି ବିଭାଗ ନିଜସ୍ଵ ବିଭିନ୍ନ ଯୋଜନାର ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟ ଘରୋଇ ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ 20ଟି ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ ଅତିଥିଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଉତ୍ସବ ପଡିଆରେ ଭଲିବଲ ପ୍ରତିଯୋଗିତାକୁ ଉଦଘାଟନ କରାଯାଇଥିଲା ଏବଂ ଏଥିରେ ମୋଟ ୯ଟି ଦଳ ଅଂଶଗ୍ରହଣ କରିଥିଲେ । ମାଁ ମାଣିକେଶ୍ବରୀ ପଞ୍ଚାଯତ ସମିତି କଲେଜ ଚମ୍ପିୟାନ ଏବଂ ଗୁଣପୁର ଏସ ଏସ ଡି ହାଇସ୍କୁଲ ରନର୍ସ ଅପ ହୋଇଥିଲା । ଅତି ମନୋରମ ପରିବେଶରେ ଏକ ହଜାରରୁ ଊର୍ଦ୍ଧ୍ଵ ଆଖପାଖ ଗ୍ରାମବାସୀ ଏହି ଉତ୍ସବ ସ୍ଥଳରେ ଯୋଗ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସତ୍ୟନାରାୟନ ମୁଣ୍ଡଛିନ୍ନା ଏବଂ ଧନ୍ୟବାଦ ଦେଇଥିଲେ ଆଇନଜୀବୀ ସଂଜୀବ ସିଂ ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here