ପରିବାର ସହ ଧାରଣାରେ ବସିଲେ ଜିଆର୍ ଏସ

0
444

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଖୁଟବାଇ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ( ଜିଆରଏସ୍ ) ଦିଲ୍ଲୀପ କୁମାର ପାତ୍ର ଦୀର୍ଘ ୧୪ ମାସ ହେଲା ନିଜର ଦରମା ଟଙ୍କା ପାଇନାହାନ୍ତି । ଦରମା ପାଇଁ ବାରମ୍ବାର ବିଡିଓଙ୍କୁ ଗୁହାରି କଲେ ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ସପରିବାର ସହ ଧାରଣାରେ ବସିଛନ୍ତି ଜିଆରଏସ । ଏପରିକି ଦରମା ଟଙ୍କା ପ୍ରଦାନ ନକଲେ ଆତ୍ମାହୁତି କରିବେ ବୋଲି ଚେତାବନୀ ବି ଦେଇଛନ୍ତି । ଜିଆରଏସ୍ ଦିଲ୍ଲୀପ କହିବା ଅନୁସାରେ ତାଙ୍କୁ ୧୪ ମାସ ହେଲା ଦରମା ପ୍ରଦାନ କରାଯାଉନାହିଁ । ବିଡିଓଙ୍କୁ ଦରମା ପ୍ରଦାନ ସକାଶେ ବାରମ୍ବାର ଗୁହାରି କଲେ ମଧ୍ୟ ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି । ଦରମା ପ୍ରଦାନରେ ବିଡିଓ ରଂଜିତାଜାଣିଶୁଣି ବିଳମ୍ବ କରୁଥିବା ସେ ଅଭିଯୋଗ କରିଛନ୍ତି । ଶେଷରେ ନିରାଶ ହୋଇ ଗ୍ରାମ ରୋଜଗାର ସେବକ ଦିଲ୍ଲୀପ କୁମାର ପାତ୍ର ତାଙ୍କ ଧର୍ମପତ୍ନୀ ସୁଷମା ପ୍ରଧାନ ଓ ପୁଅ ସ୍ମତି ରଞ୍ଜନ ପାତ୍ର ସହ ଧାରଣାରେ ବସିଥିବାନଶୁଣନ୍ତି ତାହେଲେ ସେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବିଡିଓ ଶ୍ରୀମତୀ ମଲ୍ଲିକ ଜିଆରଏସ ଧାରଣାରେ ବସିଥିବା ଦେଖି ମଧ୍ୟ ଅଣଦେଖା କରି ବ୍ଲକ୍ ଅଫିସରୁ ବାହାରି ତାଙ୍କ ବାସଗୃହ ଆଡ଼କୁ ଚାଲିଯାଇଥିଲେ । ଅପରପକ୍ଷରେ କରୋନା କାଳରେ ଦରମା ନଥିବା ଯୋଗୁଁ ସପରିବାର ବହୁ କଷ୍ଟରେ ଚଳୁଛୁ । ଏପରିକି ଘରେ ଚୁଲି ଜାଳିବା ବି ମୁସ୍କିଲ ହୋଇପଡ଼ିଥିବା ଜିଆରଏସ ଦିଲ୍ଲୀପ କହିଛନ୍ତି । ଖବର ପାଇ ପାପଡ଼ାହାଣ୍ଡି ପୁଲିସ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ଜିଆରଏସଙ୍କ ପରିବାରଙ୍କୁ ହଟାଇ କାର୍ଯ୍ୟାଳୟରେ ନ ବସିବା ଲାଗି -ନିବେଦନ କରିଛି । ଏନେଇ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here