ମହିଳା ମହାସଂଘର ଅର୍ଥକୁ ଏମ.ବି.କେ –ବି.ପି.ଏମ ମିସି ହଡ଼ପ କରିଥିବା ବିଷୟ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି

0
314

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମଧୁସୂଦନ ପୁରୁ ପଞ୍ଚାୟତ ରେ ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବି ଏବଂ ସଶକ୍ତିକରଣ କରିବା ପାଇଁ ସାରା ରାଜ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଆରମ୍ଭ କରାଯାଇଛି । ମହିଳା ମାନେ କିପରି ରୋଜଗାର କ୍ଷମ ହେବା ସହ ଅର୍ଥ ଉପାର୍ଜନ କରିପାରିବେ ସେଥିପାଇଁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବେଳେ ଏହି ମଧୁସୂଦନ ପୁରୁ ପଞ୍ଚାୟତ ର ମହିଳା ମହାସଂଘ ଗୋଷ୍ଠୀ ରୁ କିଛି କର୍ମଚାରୀ ମାନେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରିଦେଇଛନ୍ତି। ତା ସହ ମହିଳା ମାନଙ୍କ ନକଲି ଦସ୍ତଖତ କରି ଗୋଷ୍ଠୀ ଏକାଉଣ୍ଟ୍ ରୁ ଟଙ୍କା ବାହାର କରି ନିଜେ ହରିଲୁଟ କରିଦେଇଥିବା ଅଭିଯୋଗ ଆସିଛି । ଏହି ଅବସରରେ ଯାହା ଦେଖିବାକୁ ମିଳିଛି ଏହି ମଧୁସୂଦନ ପୁରୁ ପଞ୍ଚାୟତ ରେ ଗତ ତାରିଖ – ୫.୮.୨୦୨୧ ଦିନ ମଧୁସୂଦନ ପୁର ପଞ୍ଚାୟତ କିଛି ମହିଳା ଗୋଷ୍ଠୀ ର ମାଁ ମାନେ ଗଜପତି ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ କୁ ଆସି
ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ ଜଣାଇଥିଲେ ଯେ ସେମାନଙ୍କ ଅଜାଣତରେ ତାଙ୍କର ମହିଳା ମହାସଙ୍ଘ ଏକାଉଣ୍ଟ୍ ରୁ ଟଙ୍କା କୁ ଆତ୍ମସାତ କରିଦେଇଛନ୍ତି । ମହିଳା ମହାସଂଘ ର ସଭାପତି ସେ ସମୟରେ କହିଥିଲେ କି ୧ ଲକ୍ଷ୍ୟ ୪୬ ହଜାର ଟଙ୍କା କିଏ ଉଠାଇ ଦେଇଛନ୍ତି । ସଭାପତି ଓ ସମ୍ପାଦୀକାଙ୍କ ଅଜାଣତ ଏବଂ ବିନା ଦସ୍ତଖତରେ କିଏ ଟଙ୍କା ଉଠାଇ ନେଇଛନ୍ତି କହି ଅଭିଯୋଗ କରିଥିଲେ ।ମହାସଂଘର ରେଜୁଲେସନ୍ ଖାତାକୁ ମାତ୍ର ଗୋଟିଏ ଦିନ ପାଇଁ ମାଗିନେଇ ସଭାପତି ଏବଂ ସମ୍ପାଦୀକାଙ୍କ ଦସ୍ତଖତ ନକଲ କରି ତା ଉପରେ ଧଲା ରଙ୍ଗ ଲଗାଇ ନକଲ ମଧ୍ୟ କରିଛନ୍ତି । ସେ କହିଛନ୍ତି କି ମଧୁସୂଦନପୁର ଗ୍ରାମପଞ୍ଚାୟତରେ କାମ କରୁଥିବା MBK ଆମ ମହାସଙ୍ଗରେ ଥିବା CLF ଗୁଡ଼ିକ ଆସିଥିବା VRS ଟଙ୍କାକୁ ସଭାନେତ୍ରୀ ଓ ସମ୍ପାଦିକାଙ୍କ ବିନା ଦସ୍ତଖତ ଓ ଅଜାଣତରେ ନକଲି ଦସ୍ତଖତ କରି ଟଙ୍କାକୁ ଉଠାଣ କରିଛନ୍ତି । ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ପରେ ଏକ ଟିମ୍ ଉକ୍ତ ଘଟଣାର ତଦନ୍ତ ନିମନ୍ତେ ଗଠନ ହୋଇଥିଲା । ସେହି ଟମ୍ ରେ ଜିଲ୍ଲା ପ୍ରକଳ୍ପ ପରିଚାଳିକା(DPM), ବ୍ଳକ ପ୍ରକଳ୍ପ ପରିଚାଳିକା(BPM) ଯାଇ ମଧୁସୂଦନ ପୁର ପଞ୍ଚାୟତ କାର୍ୟ୍ୟାଳୟ ପହଞ୍ଚି ଥିଲେ ତା ପରେ ଆରମ୍ଭ ହୋଇଥିଲା ତଦନ୍ତ । ସେହି ବୈଠକରେ ସ୍ଥାନୀୟ ସରପଞ୍ଚ , ପ୍ରତ୍ୟେକ ମହିଳା ସଂଘ ର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ । ତଦନ୍ତ ସମୟରେ ବିଭିନ୍ନ ସଙ୍ଗଠନରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରିଦେଇଥିବା ଅଭିଯୋଗ କରିଥିଲେ । କାହା ବ୍ୟାଙ୍କ ଆକାଉଣ୍ଟ୍ରୁ ୨ଲକ୍ଷ ଆଉ କହା ଆକାଉଣ୍ଟ୍ରୁ ୧ ଲକ୍ଷ୍ୟ ୪୬ ହଜାର ଟଙ୍କା , ୮୦ ହଜାର କାହାର ୫୦ ହଜାର ଏହିପରି ମୋଟ ପ୍ରାୟ ୬ଲକ୍ଷ ୯୦ ହଜାର ଟଙ୍କା ହରିଲଟ କରିଦେଇଛନ୍ତି ସେଠିକାର ସ୍ଥାନୀୟ (MBK) । ମହିଳା ଗୋଷ୍ଠୀ ମାନଙ୍କର ସଭାପତି ଓ ସମ୍ପାଦୀକା ମାନଙ୍କ ନକଲ ଦସ୍ତଖତ କରି ବ୍ୟାଙ୍କ ଏକାଉଣ୍ଟ୍ ରୁ ଟଙ୍କା ଉଠାଇ ନିଜ ଏକାଉଣ୍ଟ୍ କୁ ପଠେଇ ଛନ୍ତି କହି ଅଭିଯୋଗ କରିଥିଲେ ଯାହା ଫଳରେ ବ୍ୟାଙ୍କ ଖାତାର ମିନି ଷ୍ଟେଟମେଣ୍ଟ ରେ ଥିବା ତଥ୍ୟ ଅନୁସାରେ କାହାର ୧.୪୬ ହଜାର ତ କାହାର ୮୦ ହଜାର ୫୦ ହଜାର ଟଙ୍କା ଏହିପରି ଭାବେ ପ୍ରାୟ ୬ ଲକ୍ଷ୍ୟ ୯୦ ହଜାର ଟଙ୍କା କୁ ହରିି ଲୁ କରିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ଏହି ବିଷୟ କୁ ନେଇ ଆଲୋଚନା କରିଥିଲେ ଏଥିରେ ସ୍ଥାନୀୟ MBK ଇପିଲି ଉଷା ରାଣୀ ଙ୍କ ସହ ଆମେ ଆଲୋଚନାରୁ । ସେ କହିଛନ୍ତି ” BPM କହିଥିବା ଯୋଗୁଁ ମୁଁ ଟଙ୍କା କୁ ବ୍ୟାଙ୍କ ରୁ ଉଠାଇଛି । BPM ବିନା ରେଜୁଲେସନ ରେ ମୋତେ ଟଙ୍କା ଉଠାଇବା ପାଇଁ କହିଥିଲେ ମୁଁ ସେଥିପାଇଁ ଟଙ୍କା ଉଠାଇଛି , BPM ଯାହା କହିଛନ୍ତି ମୁଁ ତାହା ହିଁ କରିଛି , ଟଙ୍କା ଉଠାଇ ମୋର ନିଜ ଏକାଉଣ୍ଟ୍ କୁ ପଠାଇ ତାକୁ ବାହାର କରି BPM କୁ ତାଙ୍କ ଘରକୁ ନେଇ ମୁଁ ନେଇ ଦେଇଛି ଟଙ୍କା । ଏମିତି ନ କରିଲେ ତୁମ ଚାକିରି ରୁ ବାହାର କରିଦେବି କହି ମତେ ଡରାଉଥିଲେ ସେଥିପାଇଁ ମୁଁ ବାଧ୍ୟ ହୋଇ ସେମିତି କରିଛି । CLF ରୁ ୨ ଲକ୍ଷ୍ୟ ଟଙ୍କା ସହ ବିଭିନ୍ନ ବାହାନାରେ କରି ଟଙ୍କା ମଧ୍ୟ ଉଠାଯାଇଛି । ବିନା ରେଜୁଲେସନ ଟଙ୍କା ଉଠା ଯାଇଛି ” କହିଛନ୍ତି । ଏନେଇ ମଧ୍ୟ ଆମେ BPM ଗୋଷାଣୀ ବ୍ଲକ ତାଙ୍କ ପ୍ରତିକ୍ରିୟା ମଧ୍ୟ ନେଇଥିଲୁ ସେ କହୁଛନ୍ତି ” ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ ମୁଁ କାହାକୁ କିଛି କହିନାହିଁ ।SHG ମାନଙ୍କ ପାଇଁ ଆସୁଥିବା ଟଙ୍କାକୁ ମୁଁ କ’ଣ ସେମିତି କରିବା ପାଇଁ କହିବି । ଲକ୍ ଡାଉନ୍ ସମୟରେ ଏହି ସବୁ ହୋଇଛି ଗୋଟିଏ ଗ୍ରାମପଞ୍ଚାୟତ ରେ ୪ରୁ ୫ ଟି ଏକାଉଣ୍ଟ୍ ରହୁଛି ସେହି ସବୁ ଏକାଉଣ୍ଟ୍ ରୁ ସେ MBK ଟଙ୍କା ଉଠାଇ ତାର ପରିବାର ବର୍ଗ ଲୋକଙ୍କ ଏକାଉଣ୍ଟ୍ କୁ ସେ ନିଜେ ଟଙ୍କା ଉଠାଇ ପଠାଇଛି କହିଛନ୍ତ ।

ଆଉ କିଛି ମହାସଂଘ ପକ୍ଷରୁ ସୂଚନା ଅନୁସାରେ ମହାସଂଘର ପ୍ରାୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ କରିଥିବା ନେଇ ମହିଳା ମହାସଂଘର ସଦସ୍ୟ ମାନେ ଲିଖିତ ଭାବେ ଅଭିଯୋଗ ଗତ ୫ ତାରିଖ ଦିନ । ଗତକାଲି DPM କହିଛନ୍ତି ” ତଦନ୍ତ ପାଇଁ ମଧୁସୁଦନପୁର ପଞ୍ଚାୟତର ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ନକଲି ଏବଂ ବିନା ଦସ୍ତଖତରେ ତଦାରଖ ଦାୟିତ୍ୱରେ ଥିବା ଏମ.ବି.କେ ଲକ୍ଷାଧ୍ଵକ ଟଙ୍କା ବ୍ୟାଙ୍କରୁ ଉଠାଣ କରି ହେରଫେର କରୁଥିବା ବେଳେ ତାଙ୍କୁ ବ୍ଳକ ବି.ପି.ଏମ ମମତା କୁମାରୀ ରାଉଳଙ୍କ ନିର୍ଦ୍ଦେଶରେ ଉଚ୍ଚ ହେର ଫେର କାର୍ୟ୍ୟ ହୋଇଥିବା ଅଭିଯୋଗ ହେଉଛି । MBK ସେ ନିଜେ ବ୍ୟାଙ୍କ ରୁ ଟଙ୍କା ଉଠାଇଛି ଏବଂ ସେ ସବୁ ଟଙ୍କା କୁ ମୁଁ ୧୫ ଦିନ ମଧ୍ୟରେ ଫେରସ୍ତ କରିବି କହିଛି ଏବଂ ଲାଖିତ ଭାବେ ମଧ୍ୟ ମୋତେ ଦେଇଛି । ତଦନ୍ତ ଚାଲିଛି ନିଶ୍ଚୟ ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଚଲୁ ହେବା ପରେ ମଧ୍ୟ ବଡ଼ ବଡ଼ ଅଧିକାରୀ ମାନଙ୍କ ଦୃଷ୍ଟି କ’ଣ ପାଇଁ ପଡୁନାହିଁ । ଏତେ ଟଙ୍କା ଆତ୍ମସାତ ହେବା ପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତେ ବିଳମ୍ବ କ’ଣ ପାଇଁ । ସରକାର ମହିଳା ମାନଙ୍କ ପାଇଁ ଦେଉଥିବା ଟଙ୍କା ମାଁ ମାନଙ୍କ ପାଖକୁ ପହଞ୍ଚି ବା ପୂର୍ବରୁ ହୋଇଯାଇଛି ଚଲୁ ଏଥିପାଇଁ ହଡ଼ପ କରିଥିବା ଥିବା ଲୋକଙ୍କ ଉପରେ କେତେ ଦୂର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ଜିଲ୍ଲା ପ୍ରଶାସନ ତାହାକୁ ହିଁ ଅପେକ୍ଷା କରି ଛନ୍ତି ଅଞ୍ଚଳ ବାସିନ୍ଦା।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here