“ଅସମୟର ବନ୍ଧୁ” ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

0
355

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଅସମୟର ବନ୍ଧୁ ପକ୍ଷରୁ ବ୍ରହ୍ମପୁର ଗୋଇଲୁଣ୍ଡି ଛକ ସ୍ଥିତ କମ୍ପିଟେଟିଭି ସ୍କୁୱେର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏମକେସିଜି ମେଡ଼ିକାଲ ରକ୍ତ ଭଣ୍ଡାର ର ସହଯୋଗ ରେ ଏହି ଶିବିର ଆୟୋଜିତ ହୋଇଛି। ଏଥିରେ ଅତିଥି ଭାବେ ଆଇନଜୀବୀ ପୀତବାସ ପଣ୍ଡା, ଧର୍ମରାଜୁ ରେଡି, ଟି ବିଜୟ ରାଜ ପ୍ରମୁଖ ଯୋଗ ଦେଇଥିଲେ। ଵର୍ତମାନ କରୋନା ସମୟରେ ରକ୍ତ ର ଘୋର ଅଭାବ ଦେଖାଦେଇଥିବା ବେଳେ ଏହାକୁ ଦୂର କରିବା ଲକ୍ଷ ନେଇ ଏହି ଶିବିରକୁ ଆୟୋଜିତ କରାଯାଇଛି। ଏହି ଶିବିରକୁ ସୀମାଞ୍ଚଳ ଡାକୁଆ(ପ୍ରତିଷ୍ଠାତା) କିରଣ କୁମାର ଶତପଥି (ସଭାପତି) ଭୈରବ ସାହୁ (ସଂପାଦକ) ପରିଚାଳନା କରିଥିଲେ। ବହୁ ସ୍ବେଛାସେବୀ ଏଥିରେ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା

LEAVE A REPLY

Please enter your comment!
Please enter your name here