ନିଶାସକ୍ତ ବାପାର ଉନ୍ମୁକ୍ତ କାଣ୍ଡ, ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା

0
427

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଂଚଳରେ ଘଟିଛି ଅଭାବନିୟ ଘଟଣା। ୩ ବର୍ଷର ପୁଅକୁ ଶାଢ଼ୀର ଗୋଟିଏ ପଟେ ଫାଶୀ ଦେଇ ହତ୍ୟା କରିବା ପରେ ସେହି ଶାଢ଼ୀର ଆଉ ଗୋଟେ ପାର୍ଶ୍ଵରେ ନିଜେ ବେକରେ ଲଗାଇ ଆତ୍ମହତ୍ୟା କଲା ବାପା। ପାରିବାରିକ କଳହରୁ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା। ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚଚା ପଞ୍ଚାୟତର ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତି ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିବା ପରେ ତା ସ୍ତ୍ରୀ ବିମଳା ମାଝୀ ସହ ଗଣ୍ଡଗୋଳ କରିବା ସହ ବିମଳାକୁ ମାରିବା ପାଇଁ ଗୋଡ଼ାଇଥିଲା, ସ୍ତ୍ରୀ ବିମଳା ସ୍ୱାମୀର ଭୟରେ ଘର ପଛପଟେ ଲୁଚି ପଡିଥିଲା, ଦୁଇ ଘଣ୍ଟା କାଳ ଲୁଚିବା ପରେ ବିମଳା ଘର ଝରକାର ଫାଙ୍କ ଦେଇ ସ୍ୱାମୀ କଣ କରୁଛନ୍ତି ବୋଲି ଅନାଇବାରୁ ସ୍ୱାମୀ ବେକରେ ଦଉଡି ଲଗାଇ ଓହଳି ଥିବାର ଦେଖି ପାଖ ଘରେ ଥିବା ଘର ଲୋକଙ୍କୁ ଡାକ ପକାଇଥିଲା, ଏହାପରେ ପୀତବାସ ର ବଡ଼ ଭାଇ ଆସି କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଫାଶୀ ହୋଇଯାଇଥିବା ଦେଖିଥିଲେ, ଏହାପରେ ଦୁହିଁଙ୍କୁ ଓଲ୍ହାଇବା ବେଳକୁ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସ କୁ ଗ୍ରାମବାସୀ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here