ଅନ୍ତଃ କଲେଜ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

0
227

ବେଲଗୁଣ୍ଠା:କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଆସଭିଆନ ରେଡ ରିବନ କ୍ଲବ ଏବଂ ଯୁବ ରେଡକ୍ରସ ତରଫରୁ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି |ଅଧ୍ୟକ୍ଷ ବି. ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ ଆଲୋଚନା ଚକ୍ରରେ ଏଡ଼ସ, ଯକ୍ଷ୍ମା ଏବଂ ରକ୍ତଦାନ ସମ୍ପର୍କରେ ସଚେତନତା କରାଯାଇଥିଲା |ମୁଖ୍ୟ ଅତିଥି ରୂପେ ଜ଼ିଲ୍ଲା କାର୍ଯ୍ୟକ୍ରମ ସଂଚାଳକ ହେମନ୍ତ କୁମାର ଦାସ ଏଡ଼ସ ନିୟନ୍ତ୍ରଣ ପାଇଁ 95,95,95 ସୂତ୍ର ଉପରେ କହିଥିଲେ |ଜ଼ିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସଂଯୋଜକ ବିଦେଶୀ ଜେନା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ଉପରେ କହିଥିଲେ |ଏଥିରେ ଆସିକା କଲେଜ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁ, କେନ୍ଦୁପଦର କଲେଜ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ସମ୍ମାନିତ ଅତିଥି ରୂପେ ବକ୍ତବ୍ୟ ପ୍ରଦାନ କରିଥିଲେ |ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗପ ଲେଖିବା, କୁଇଜ଼ ଏବଂ ମୁଖଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଡ଼ସ ଏବଂ ଯକ୍ଷ୍ମା ସଚେତନତା ନାଟକ ପ୍ରଦର୍ଶନ କରାଯାଇଥିଲା |ଯୁବରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁ, ବିବେକାନନ୍ଦ କର, କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ପିଙ୍କି ପାଲାଇ ବିଜୟ ଲଷ୍ମୀ ପାଢୀ, ସ୍ୱରୂପା ରାଣୀ ବିଶ୍ୱାଳ, ରମେଶ ଚନ୍ଦ୍ର ରାଉତ, ଭାରତୀ ବିଶ୍ୱାଳ ସହଯୋଗ କରିଥିଲେ |ଏଥିରେ ଆସିକା, କେନ୍ଦୁପଦର କଲେଜର ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ |

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here